ଓଡିଶା

odisha

ETV Bharat / bharat

ଭାରତ ସୀମାରେ ରାସ୍ତା କାମରେ ରୋକ ଲଗାଇଲା ନେପାଳ

ଦିନକୁ ଦିନ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ସୀତାମଢୀ ନିକଟସ୍ଥ ଭାରତ ସୀମାରେ ନିର୍ମାଣାଧିନ ରାସ୍ତା କାମ ଉପରେ ରୋକ ଲାଇଛନ୍ତି ନେପାଳ ସରକାର । ଅଧିକ ପଢନ୍ତୁ...

ଭାରତ ସୀମାରେ ରାସ୍ତା କାମ ଉପରେ ରୋକ ଲଗାଇଲା ନେପାଳ
ଭାରତ ସୀମାରେ ରାସ୍ତା କାମ ଉପରେ ରୋକ ଲଗାଇଲା ନେପାଳ

By

Published : Jul 9, 2020, 11:03 PM IST

ପାଟନା: ସୀତାମଢୀ ନିକଟସ୍ଥ ଭାରତ ସୀମାରେ ନିର୍ମାଣାଧିନ ରାସ୍ତା କାମ ଉପରେ ରୋକ ଲାଇଛନ୍ତି ନେପାଳ ସରକାର । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ନେପାଳର ତରାଇ ଅଞ୍ଚଳର ନେତା ମଧ୍ୟ ଏହାର କଡା ବିରୋଧ ଜାହିର କରିଛନ୍ତି ।

ଭାରତ ସୀମାରେ ରାସ୍ତା କାମ ଉପରେ ରୋକ ଲଗାଇଲା ନେପାଳ

ଏହି ଘଟଣାକୁ ନେଇ ସୀତାମଢୀ ଜିଲ୍ଲାପାଳ ନିଜ ବୟାନ ଦେଇଛନ୍ତି । ଏହି ବିବାଦର ଖୁବ ଶିଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସମ୍ପୂର୍ଣ୍ଣ ଘଟଣା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ଅଧିକାରୀମାନେ ମଧ୍ୟ ସୀମାରେ ସ୍ଥିତି ଯାଞ୍ଚ କରୁଛନ୍ତି ।

ସେହିପରି ଏଏସବି ଅଧିକାରୀ ଯବାନ ମଧ୍ୟ ବାରମ୍ବାର ସୀମାରେ କ୍ୟାମ୍ପ କରି ସ୍ଥିତି ଉପରେ ନଜର ରଖିଛନ୍ତି । ଭାରତ-ନେପାଳ ସୀମାର ମିଠାମୋଡ ନିକଟରେ ନେପାଳ ପୋଲିସ 104 ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଦେଇଛନ୍ତି । ତେବେ କିଛି ସମୟ ପୂର୍ବରୁ ଗୁରୁବାର ନେପାଳରେ ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲର ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଇଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details