ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଛି। ଜନସଂଖ୍ୟା ବୃଦ୍ଧିକୁ ବଡ଼ ସମସ୍ୟା ଦର୍ଶାଇ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ସପକ୍ଷରେ ଓକିଲାତି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ। ଦେଶର ବଢୁଥିବା ଜନସଂଖ୍ୟା ଏକ ସମସ୍ୟା ପାଲଟିଛି । ଯଦି ଆମକୁ ବିକଶିତ ଦେଶମାନଙ୍କ ସହ ପାଦରେ ପାଦ ମିଳାଇ ଚାଲିବାର ଅଛି ତେହେଲେ ଆମକୁ କଡା ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଗିରିରାଜ ସିଂହ କହିଛନ୍ତି ।
ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସିଂହ କହିଛନ୍ତି, ବଢୁଥିବା ଜନସଂଖ୍ୟା ଦେଶ ପାଇଁ ଏକ ଚ୍ୟାଲେଞ୍ଜ ହୋଇସାରିଛି। ଯଦି ଆମେ ବିକଶିତ ରାଷ୍ଟ୍ରମାନଙ୍କ ସହ ପାଦରେ ପାଦଜ ମିଳାଇ ଚାଲିବାକୁ ଚାହୁଁଛୁ, ତେବେ ଆମକୁ ଏକ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହି ଆଇନ ଦେଶର ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ସେ କହିଛନ୍ତି ।