ଓଡିଶା

odisha

ETV Bharat / bharat

ରିଲାକ୍ସ ପାଇଁ ସେଲଫୋନରୁ ନିଅନ୍ତୁ ବ୍ରେକ

‘ସେଲଫୋନ’ ଆଜିକାଲିର ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଅତ୍ୟାବଶକୀୟ ଗ୍ୟାଜେଟ । ହେଲେ ଅତ୍ୟଧିକ ସେଲଫୋନ ବ୍ୟବହାର ଆପଣଙ୍କର କ'ଣ କ୍ଷତି କରିଥାଏ, ଆସନ୍ତୁ ଜାଣିବା ...

ଡିଜାଇନ ଫଟୋ

By

Published : Aug 26, 2019, 6:48 AM IST

ମାନସିକ ସନ୍ତୁଳନ ଓ ମସ୍ତିସ୍କର ଭାରାକ୍ରାନ୍ତିକୁ ହାଲକା କରିବାକୁ ଚାହୁଁଥିଲେ ସେଲ ଫୋନକୁ ଦିଅନ୍ତୁ ଟିକିଏ ବ୍ରେକ। କାରଣ ଆପଣଙ୍କ ସେଲଫୋନ ନିଶା କେବେ ବି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ। ପ୍ରାରମ୍ଭିକ ସ୍ତରରେ ଖୁସି ଦେଉଥିବା ଏହି ଗ୍ୟାଜେଟ ଭବିଷ୍ୟତରେ ଆପଣଙ୍କ ସାମନାରେ ଏକ ବିରାଟ ବିପଦର ପାହାଡ ଠିଆକରି ଦେବ, ଯାହା ବାସ୍ତବତ ଦୂରର କଥା ସ୍ବପ୍ନରେ ଭାବିପାରିବେ ନାହିଁ ।

ଗବେଷଣାରୁ ଜଣାପଡେ ସମୟେ ସମୟେ ମସ୍ତିସ୍କ ସେଲଫୋନର ବ୍ୟବହାରକୁ ଗ୍ରହଣ କରିନଥାଏ । ଫଳରେ ଆପଣଙ୍କୁ ଏହା କ୍ଷତି ପହଞ୍ଚାଇଥାଏ । ଏହି ବିଷୟକୁ ନେଇ ଏକ ଜର୍ଣ୍ଣାଲ ପ୍ରକାଶ ପାଇଥିଲା ଯେ, କିଛି କଲେଜ ଛାତ୍ରଛାତ୍ରୀଙ୍କୁ ପଜଲ ସଲଭ କରିବା ପାଇଁ ଦିଆଯାଇଥିଲା । ସେମାନଙ୍କ ଭିତରୁ କିଛି ପିଲା ବ୍ରେକ ନେବା ସମୟରେ ନିଜର ସେଲଫୋନ ବ୍ୟବହାର କରୁଥିବା ବେଳେ, କିଛି କାଗଜରେ ଲେଖାଲେଖି କରୁଥିଲେ । ଆଉ କିଛି ପିଲା ବିଲକୁଲ ବ୍ରେକ ନେଇନଥିଲେ ।

ଶେଷରେ ଫୋନ ବ୍ୟବହାର କରୁଥିବା ପିଲାମାନେ ବ୍ରେକ ପରେ ପଜଲ( ଗୋଲକଧନ୍ଦା) କୁ ସଲଭ କରିବା ପାଇଁ ସବୁଠୁ କମ ସକ୍ଷମ ଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ ତୁଳନାରେ ସେମାନେ ଏହି ଗୋଲକ ଧନ୍ଦା ସମାଧାନ କରିବାକୁ 19 ପ୍ରତିଶତ ଅଧିକ ସମୟ ଲାଗିଥିଲା ।

ପାଠ ପଢା କିମ୍ବା କାମ ମଝିରେ ସେଲଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଅନ୍ୟ ମାନଙ୍କ ତୁଳନାରେ ଦୁର୍ବଳ ରହିଥାନ୍ତି । ଆପଣ ଏହା ଜାଣି ରଖିବା ଆବଶ୍ୟକ ଯେ, ସେଲଫୋନ ଆପଣଙ୍କୁ ପଥଭ୍ରଷ୍ଟ କରିଥାଏ । ଏହାଦ୍ବାରା ଆପଣଙ୍କୁ କାମରେ ଧ୍ୟାନ ଦେବା ଖୁବ କଷ୍ଟକର ହୋଇପଡିଥାଏ ବୋଲି ମ୍ୟାନେଜମେଣ୍ଟ ଓ ଗ୍ଲୋବାଲ ବିଜନେସ ସ୍କୁଲର ସହ ଅଧ୍ୟାପିକା ଏବଂ ସହ-ଲେଖକ ତେରି କର୍ଚବର୍ଗ (Terri Kurtzberg) କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି , ସେଲଫୋନ ବ୍ୟବହାର କରି ଲୋକେ ମେସେଜ ଚେକ କରିବା,ଅନ୍ୟ ଲୋକଙ୍କ ସହ ନୂତନ ସଂପର୍କ ସ୍ଥାପନ କରିବା ଏବଂ କିଛି ସୂଚନା ଜାଣିବା ଭଳି କାମ କରିଥାଉ । ସେଲଫୋନ ବ୍ୟବହାର ଅନ୍ୟ ସ୍କ୍ରିନ , କମ୍ପ୍ୟୁଟର ଓ ଲାପଟପ ବ୍ୟବହାର ଠାରୁ ସଂପୂର୍ଣ୍ଣ ଭିନ୍ନ ।

ମୋଟ 414 ଜଣ ଛାତ୍ରଛାତ୍ରୀଙ୍କୁ ଏହି 20 ଶବ୍ଦ ବିଶିଷ୍ଟ ଗୋଲକଧନ୍ଦା ସମାଧାନ ପାଇଁ ଦିଆଯାଇଥିଲା । କିଛି ଜଣଙ୍କୁ ଅଧାରୁ ବିରତି ଦିଆଯାଇଥିଲା,ସେମାନଙ୍କୁ ନିଜ ବଜେଟ ହିସାବରେ କିଣିବା ପାଇଁ ତିନିଟି ଜିନିଷ ଚୟନ କରିବାକୁ ଦିଆଯାଇଥିଲା । ଏହାସହ ଗୋଟିଏ କାଗଜ, କମ୍ପ୍ୟୁଟର କିମ୍ବା ସେଲଫୋନ ବ୍ୟବହାର କରି ଟାଇପ କରିବା ପାଇଁ କୁହାଯାଇଥିଲା। ଯାହାଫଳରେ ସେମାନେ ଏକ ଟାଇପ ରାଇଟର ପରି କାମ କରିଥିଲେ।

ବର୍ତ୍ତମାନର ଏହି ବ୍ୟସ୍ତବହୁଳ ଜୀବନରେ ଟିକିଏ ମାନସିକ ଶାନ୍ତି ଓ ନିରୋଗ ପାଇଁ ଆପଣଙ୍କୁ ସଜାଗ ରହିବାକୁ ପଡିବ। ଏନେଇ କିଛି ସମୟ ନିଜକୁ ଓ ନିଜର ଅତିପ୍ରିୟ ସ୍ମାର୍ଟ ଫୋନକୁ ବିରତି ଦେଲେ ଆପଣ ସବୁବେଳେ ସ୍ମାର୍ଟ ରହିପାରିବେ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details