ଓଡିଶା

odisha

By

Published : Oct 19, 2020, 6:13 PM IST

ETV Bharat / bharat

ମେ 25ରୁ ବିମାନ ଯାତ୍ରା କରିଛନ୍ତି 1.39 କୋଟି ଯାତ୍ରୀ

କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସୋମବାର କହିଛନ୍ତି ଗତ ମେ 25ରୁ ଘରୋଇ ବିମାନରେ ମୋଟ 1.39 କୋଟି ଯାତ୍ରୀ ଯାତାୟତ କରିଛନ୍ତି । ଅଧିକ ପଢନ୍ତୁ...

ମେ 25ରୁ ମୋଟ 1.39 କୋଟି ଲୋକ ଘରୋଇ ବିମାନରେ ଯାତାୟତ କରିଛନ୍ତି
ମେ 25ରୁ ମୋଟ 1.39 କୋଟି ଲୋକ ଘରୋଇ ବିମାନରେ ଯାତାୟତ କରିଛନ୍ତି

ନୂଆଦିଲ୍ଲୀ: ଅକ୍ଟୋବର 18ରେ ଦେଶ ମଧ୍ୟରେ ମୋଟ 1.8 ଲକ୍ଷ ଲୋକ ଯାତାୟତ କରିଛନ୍ତି ବୋଲି କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସୋମବାର କହିଛନ୍ତି। ସେହିପରି ଗତ ମେ 25ରୁ ଘରୋଇ ବିମାନର ମୋଟ 1.39 କୋଟି ଲୋକ ଯାତାୟତ କରିଛନ୍ତି ବୋଲି ମନ୍ତ୍ରୀ ଟ୍ବିଟ ଜରିଆରେ କହିଛନ୍ତି ।

ମେ 25ରୁ ମୋଟ 1.39 କୋଟି ଲୋକ ଘରୋଇ ବିମାନରେ ଯାତାୟତ କରିଛନ୍ତି

ବନ୍ଦେ ଭାରତ ମିଶନ ବିଷୟରେ ସେ କହିଛନ୍ତି, କୌଣସି ଭାରତୀୟ ନାଗରିକ ପଛରେ ରହିବେ ନାହିଁ। ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅଧିନରେ ପ୍ରାୟ 2.2 ମିଲିୟନରୁ ଅଧିକ ଲୋକଙ୍କୁ ଦେଶକୁ ଅଣାଯାଇଛି । ଏବେବି ଏହି ମିଶନ ଜାରି ରହିଛି । କୋରୋନା ମହାମାରୀରେ ଏହି ମିଶନ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ ସହାୟକ ହୋଇଛି ।

ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ଅକ୍ଟୋବର ଶେଷ ସୁଦ୍ଧା ପ୍ରତ୍ୟେକ ଦିନ ପ୍ରାୟ ଦୁଇ ଲକ୍ଷ ଯାତ୍ରୀ ଘରୋଇ ବିମାନରେ ଯାତାୟତ କରିବେ । ଆଗକୁ ଅର୍ଥାତ୍ ଦିପାବଳୀ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ତିନି ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details