ଓଡିଶା

odisha

ETV Bharat / bharat

ଗଚିରୋଲିରେ ନକ୍ସଲ ହମଲା ଘଟଣା, ଏନସିପି ନେତା ଗିରଫ

ମହାରାଷ୍ଟ୍ରର ଗଚିରୋଲିରେ ନକ୍ସଲ ହମଲା ଘଟଣାରେ ଏନସିପି ନେତା କୈଳାସ ରାମଚୈନ୍ଦାନୀଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 7, 2019, 7:52 PM IST

ମୁମ୍ବାଇ: ମହାରାଷ୍ଟ୍ରର ଗଚିରୋଲିରେ ନକ୍ସଲ ଆଟାକ ଘଟଣାରେ ଏନସିପିର ସ୍ଥାନୀୟ ନେତାଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ନେତା ଜଣଙ୍କ ହେଲେ କୈଳାସ ରାମଚୈନ୍ଦାନୀ । ସେ ଗଚିରୋଲି କୁରୁଖେଦା ତହସିଲର ପାର୍ଟିର ଅଧ୍ୟକ୍ଷ । ତେବେ ଏହି ମାମଲାରେ ତାଙ୍କର ହାତ ଥିବା ସନ୍ଦେହ କରି ପୋଲିସ ତାଙ୍କୁ ଗିରଫ କରିଛି ।

ଗତ ମେ 1 ତାରିଖରେ ହୋଇଥିବା ନକ୍ସଲ ଆକ୍ରମଣରେ 15 ଜଣ ପୋଲିସ ଅଫିସର ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ନକ୍ସଲ ମାନେ ଆଇଡି ବ୍ଲାଷ୍ଟରେ ପୋଲିସକର୍ମୀଙ୍କ ଗାଡିକୁ ଉଡାଇ ଦେଇଥିଲେ । ଏହି ବିସ୍ପୋରଣର ମାତ୍ରା ଏତେ ଥିଲାଯେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହେବା ସହ ରାସ୍ତା ଉପରେ ଏକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା । ତେବେ ନିର୍ବାଚନ ସମୟରେ ଏହି ଘଟଣା ଘଟିଥିବେବେଳେ ଏନଆଇଏ ଏହାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଏହି ଘଟଣାରେ 8 ଜଣ ଗିରଫ ହୋଇଥିବାବେଳେ ରବିବାର ଏନସିପିର ନେତା କୈଳାସ ରାମଚୈନ୍ଦାନୀ ଗିରଫ ହୋଇଛନ୍ତି ।

ସୂଚନାମୂତାବକ, ଏହି ଘଟଣାର ମାଷ୍ଟରମାଇଣ୍ଡ କୁଖ୍ୟାତ ନକ୍ସଲି ନାମବାଲା କେଶବ ରାଓ ଓରଫ ବାସବାରାଜ ବୋଲି ଜଣାପଡିଛି । ତେବେ ସେ ଛତିଶଗଡର ଜଙ୍ଗଲରେ ଲୁଚିରହିଥିବା ସୂଚନା ଦେଇଛନ୍ତି ସୁରକ୍ଷାକର୍ମୀ । ବାସବାରାଜ ଜଙ୍ଗଲରେ ଥିବା ସମୟରେ ହିଁ ମହାରାଷ୍ଟ୍ରରେ ଥିବା ତାର ଗ୍ରୁପକୁ ନିର୍ଦ୍ଦେଶ ଦେଇ ଏହି କାଣ୍ଡ ଭିଆଇଥିଲା ।

ABOUT THE AUTHOR

...view details