ଓଡିଶା

odisha

ମହାରାଷ୍ଟ୍ରରେ ବଦଳିବ ଖେଳ! ଅଜିତ ପାୱାରଙ୍କ ସମେତ  51 ବିଧାୟକଙ୍କ ତାଲିକା ଦେଲା ଏନସିପି

By

Published : Nov 24, 2019, 1:06 PM IST

ଏନସିପି ନିକଟରେ 51 ବିଧାୟକଙ୍କ ସମର୍ଥନ ଥିବା ପୁଣିଥରେ ଦାବି କରିଛି ଦଳ। ଯେଉଁଥିରେ ଅଜିତ ପାୱାରଙ୍କ ନାଁ ମଧ୍ୟ ସାମିଲ ଅଛି।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିକୁ ଲାଗିପାରେ ଝଟକା । ଏନସିପି ନିକଟରେ 51 ବିଧାୟକଙ୍କ ସମର୍ଥନ ଥିବା ପୁଣିଥରେ ଦାବି କରିଛି ଦଳ । ଯେଉଁଥିରେ ଶନିବାର ବିଜେପିକୁ ସମର୍ଥନ ଦେଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାୱାରଙ୍କ ନାଁ ମଧ୍ୟ ସାମିଲ ଅଛି।

ରବିବାର 51 ବିଧାୟକଙ୍କ ତାଲିକା ରାଜଭବନରେ ଦାଖଲ କରିଛନ୍ତି ଏନସିପିର ନବନିଯୁକ୍ତ ବିଧାୟକ ଦଳ ନେତା ଜୟନ୍ତ ପାଟିଲ। ଏହି ତାଲିକାରେ ଅଜିତ ପାୱାରଙ୍କ ନାଁ ମଧ୍ୟ ରହିଛି। ହେଲେ ସେଠାରେ ତାଙ୍କର ଦସ୍ତଖତ ନାହିଁ। ଅଜିତ ପାୱାରଙ୍କୁ ଭେଟି ଦଳ ସପକ୍ଷରେ ଆସିବାକୁ ତାଙ୍କୁ ବୁଝାଇବେ ବୋଲି ଜୟନ୍ତ ପାଟିଲ କହିଛନ୍ତି।

ସେପଟେ ଅଜିତ ପାୱାରଙ୍କୁ ବୁଝାସୁଝା କରି ପୁଣିଥରେ ମେଣ୍ଟକୁ ଫେରାଇ ଆଣିବାକୁ ଲାଗିପଡିଛନ୍ତି ପାୱାର ପରିବା । ଏନେଇ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ଅଜିତ ପାୱାରଙ୍କ ଭାଇ ଶ୍ରୀନିବାସଙ୍କ ସହ ସାକ୍ଷାତ କରିଛନ୍ତି। ଅଜିତ ପାୱାର କୌଣସି ମତେ ଉପମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପାଇଁ ପରିବାର ପକ୍ଷରୁ ଚାପ ପକାଯାଉଛି। ହେଲେ ଏନେଇ ଅଜିତ ପାୱାରଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଶନିବାର ଏନସିପିର ବିଧାୟକ ଦଳର ବୈଠକରେ ଅଜିତ ପାୱାରଙ୍କୁ ବିଧାୟକ ଦଳର ନେତା ପଦବୀରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା।

ABOUT THE AUTHOR

...view details