ରାୟପୁର: ନକ୍ସଲ ଲିଡର ରମନ୍ନାର ମୃତ୍ୟୁର ସସପେନ୍ସ ଉପରୁ ଉଠିଲା ପରଦା । ଡିସେମ୍ବର 7 ତାରିଖ ରାତି ପ୍ରାୟ 10ଟା ସମୟରେ ମୃତ୍ୟୁ ହୋଇଥିଲା ସ୍ପଷ୍ଟ । ତେଲେଙ୍ଗାନା-ଛତିଶଗଡ ସୀମାର ଏକ ଅଜ୍ଞାତ ସ୍ଥାନରେ ମୃତ୍ୟୁ ହୋଇଥିବା ନେଇ ଇଟିଭି ଭାରତକୁ ନକ୍ସଲ ନେତା ବିକଳ୍ପଙ୍କ ସୂଚନା ।
ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଚିବ ରମନ୍ନା ଓରଫ ରାବଲା ଶ୍ରୀନିବାସର ମୃତ୍ୟୁ ଘଟଣା ସ୍ପଷ୍ଟ ହୋଇଛି । ତେଲେଙ୍ଗାନା ସଂଲଗ୍ନ ଛତିଶଗଡ ବିଜାପୁର ଜିଲ୍ଲାର ଏକ ଜଙ୍ଗଲରେ ରମନ୍ନାର ଅନ୍ତିମ ସଂସ୍କାର ହୋଇଥିବା ଖବର ପାଇଥିଲା ପୋଲିସ ଏବଂ ଗୁଇନ୍ଦା ବିଭାଗ । ଇଟିଭି ଭାରତରେ ପ୍ରଥମେ ରମନ୍ନାର ହୃଦଘାତରେ ମୃତ୍ୟୁ ଘଟିଥିବା ଖବର ପ୍ରସାରିତ ହୋଇଥିଲା । ଆଜି ନକ୍ସଲ ନେତା ବିକଳ୍ପ ନିଜେ ଇଟିଭି ଭାରତକୁ ରମନ୍ନା ମୃତ୍ୟୁର ସୂଚନା ଦେଇଛନ୍ତି ।
ରମନ୍ନା 2010ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ ନକ୍ସଲ ଆଟାକର ମାଷ୍ଟରମାଇଣ୍ଡ ଥିଲା । ସେଥିମଧ୍ୟରୁ ଏପ୍ରିଲ 6 ତାରିଖରେ ହୋଇଥିବା ତାଡମେଟଲା ଆକ୍ରମଣ ଗୋଟିଏ । ଯେଉଁଥିରେ ପ୍ରାୟ 76 ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଥିଲା ।