ସୁକମା: ପୁଣିଥରେ ନକ୍ସଲ ମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଛତିଶଗଡ ସୁକମାର ତୋଙ୍ଗପାଲ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ । ପୁସପାସ ଅଞ୍ଚଳରେ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।
ନକ୍ସଲଙ୍କ ଆଇଇଡି ବ୍ଲାଷ୍ଟ, ଜଣେ ଯବାନ ଆହତ - ଜଣେ ଯବାନ ଆହତ
ଛତିଶଗଡ ସୁକମାର ତୋଙ୍ଗପାଲ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ । ପୁସପାସ ଅଞ୍ଚଳରେ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।
ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ
ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଡିଆରଜି ଯବାନକୁ ଅନ୍ୟ ଯବାନ ଜଣଙ୍କ କାନ୍ଧରେ ଉଠାଇ ସେଠାରୁ ପଳାଇ ଆସିଥିଲେ ।
ଆହତ ହୋଇଥିବା ଯବାନ ହେଲେ ସଭଲାମ ମୁଟ୍ଟା । ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏସପି ।