ରାୟପୁର: ଛତିଶଗଡ ମାଓପ୍ରବଣ ଜିଲ୍ଲା ଦାନ୍ତେୱାଡା ପୋଲିସକୁ ମିଳିଛି ବଡ଼ ସଫଳତା । 13 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିବା କଳାହାଣ୍ଡି ଜିଲ୍ଲାର ରାୟଗଡ଼ା କମିଟି ସଚିବ ସମେତ 4 ଜଣ ନକ୍ସଲ ଜିଲ୍ଲା ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ କରିଛନ୍ତି ଆତ୍ମସମର୍ପଣ ।
ସୁରକ୍ଷାବଳକୁ ସଫଳତା, 13 ଶହୀଦ ଯବାନଙ୍କ ହତ୍ୟାକାରୀର ଆତ୍ମସମର୍ପଣ - chhattisgarh
ଦାନ୍ତେୱାଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ 4 କୁଖ୍ୟାତ ନକ୍ସଲ । ଏଥିରେ ସାମିଲ ରହିଛି ରାୟଗଡ଼ା କମିଟି ସଚିବ ବାସଦେବ ଓରଫ ଗୁଡ୍ଡୁ ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ନକ୍ସଲ ନେତା ଗୁଡ୍ଡୁ ଓରଫ ବାସଦେବ ସହିତ ଦିଲ୍ଲୀପ ପୁନେମ, ଲକ୍ଷ୍ମଣ ଅଟାମି ଏବଂ ମୁନ୍ନା ରାମ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଛତିଶଗଡ଼ର ବିଜାପୁର ଓ ଓଡ଼ିଶାରେ ହୋଇଥିବା ମାଓ ହମଲାରେ ସଂଶ୍ଲିଷ୍ଟ ଥିଲା କମିଟି ସଚିବ ବାସଦେବ । ଯେଉଁଥରେ ସୀମା ସୁରକ୍ଷାବଳର 13 ଜଣ ଯବାନ ଶହୀଦ ହୋଇଥିଲେ । ଆତ୍ମ ସମର୍ପଣ କରିଥିବା ସମସ୍ତ ନକ୍ସଲ ଭିନ୍ନଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ସୂଚନା ଦେଇଛି ପୋଲିସ ।
ଦୀର୍ଘଦିନ ଧରି ପୋଲିସ ଖୋଜୁଥିବା ଏହି କୁଖ୍ୟାତ ମାଓବାଦୀ ଶେଷରେ ଛତିଶଗଡ଼ରେ ଆତ୍ମସମର୍ପଣ ପୋଲିସ ପାଇଁ ଏକ ବଡ ସଫଳତା ।