ଓଡିଶା

odisha

By

Published : Feb 17, 2020, 9:56 PM IST

ETV Bharat / bharat

ରାସ୍ତାକାମକୁ ବିରୋଧ କରି 7ଟି ଗାଡି ପୋଡିଦେଲେ ନକ୍ସଲ

ପୁଣିଥରେ ନକ୍ସଲ ମାନେ ନିଜର ସ୍ଥିତି ଜାହିର କରିଛନ୍ତି । ସରକାରୀ କାର୍ଯ୍ୟକୁ ବିରୋଧ କରି ଘଟାଇଛନ୍ତି ଲଙ୍କାକାଣ୍ଡ । ଅଧିକ ଖବର ପଢନ୍ତୁ...

ରାସ୍ତାକାମକୁ ବିରୋଧ କରି 7ଟି ଗାଡି ପୋଡିଦେଲେ ନକ୍ସଲ
ରାସ୍ତାକାମକୁ ବିରୋଧ କରି 7ଟି ଗାଡି ପୋଡିଦେଲେ ନକ୍ସଲ

ରାୟପୁର: ପୁଣିଥରେ ନକ୍ସଲ ମାନେ ନିଜର ସ୍ଥିତି ଜାହିର କରିଛନ୍ତି । ସରକାରୀ କାର୍ଯ୍ୟକୁ ବିରୋଧ କରି ଘଟାଇଛନ୍ତି ଲଙ୍କାକାଣ୍ଡ । ସୂଚନାନୁସାରେ, ଛତିଶଗଡ ସୁରଗୁଜା ଅଞ୍ଚଳରେ ନକ୍ସଲ ମାନେ ରାସ୍ତା କାମରେ ନିୟୋଜିତ ହୋଇଥିବା 7 ଟି ଗାଡିକୁ ନିଆଁ ଲଗାଇ ପୋଡିଦେଇଛନ୍ତି ।

ବନ୍ଦରଚୁଆ କ୍ୟାମ୍ପ ନିକଟରେ ଏହି ଘଟଣା ଘଟିଛି । ସୁରଗୁଜା ରେଞ୍ଜ ଇନସ୍ପେକ୍ଟର ଜେନେରାଲ ଆରଏଲ ଡଙ୍ଗୀ କହିଛନ୍ତି ଯେ, ଝାଡଖଣ୍ଡ-ଛତିଶଗଡ ବନ୍ଦରଚୁଆ କ୍ୟାମ୍ପ ନିକଟରେ ହିଁ ଏମିତି କାଣ୍ଡ ଭିଆଇଛନ୍ତି ନକ୍ସଲ । ତେବେ ସେହି ସମୟରେ ରାସ୍ତା କାମରେ ନିୟୋଜିତ ହୋଇଥିବା 7ଟି ଗାଡିକୁ ନକ୍ସଲ ମାନେ ପୋଡି ଦେଇଥିଲେ ।

ଏଏନଆଇ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details