ଓଡିଶା

odisha

By

Published : Sep 27, 2019, 12:57 PM IST

ETV Bharat / bharat

ଗୟାରେ ନକ୍ସଲ ତାଣ୍ଡବ, ପୋଡିଦେଲେ ଜେସିବି ଓ ଟ୍ରକ

ଗୟାରେ ନକ୍ସଲ ଆକ୍ରମଣ । ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରି ଲଙ୍କାକାଣ୍ଡ ଭିଆଇଛନ୍ତି ନକ୍ସଲ। ରାସ୍ତାକାମରେ ଲାଗିଥିବା ଏକ ଜେସିବି ଓ ଟ୍ରକକୁ ପୋଡ଼ି ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ମୋକ୍ଷ ନଗରୀ ଗୟାରେ ଏବେ ପିତୃପକ୍ଷ ଚାଲିଥିବା ବେଳେ ଏବେ ଦେଖାଦେଇଛି ନକ୍ସଲଙ୍କ ତାଣ୍ଡବ । ଏଠାକାର ନକ୍ସଲ ପ୍ରଭାବିତ ଅଞ୍ଚଳ ଡୁମରିଆ ଅଧିନସ୍ଥ ଛକରବନ୍ଧରେ ଜଳାପୋଡା କରିଛନ୍ତି ନକ୍ସଲ । ଗୋଟିଏ ଟ୍ରକ ଏବଂ ଗୋଟିଏ ଜେସିବିକୁ ଜାଳି ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଛକରବନ୍ଧ ଥାନା ଏବଂ ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର 2 କିମି ଦୂରରେ ଏହି କାଣ୍ଡ ଭିଆଇଛନ୍ତି ନକ୍ସଲ । ଭୈସାଦୋହର ଦେଇ ଯାଇଥିବା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା 10 କିଲୋମିଟର ବିଶିଷ୍ଟ ରାସ୍ତାରେ ଏହି କାଣ୍ଡ ଭିଆଇଛନ୍ତି ନକ୍ସଲ। ଉକ୍ତ ରାସ୍ତା କାମ ଚାଲୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନକ୍ସଲ । ଫଳରେ ଏହି ରାସ୍ତା କାମରେ ଲାଗିଥିବା ଗୋଟିଏ ଜେସିବି ଏବଂ ଟ୍ରକକୁ ଜାଳି ଦେଇଛନ୍ତି ନକ୍ସଲ।

ଗୁରୁବାର ବିଳମ୍ବିତ ରାତିରେ 8ରୁ 10 ଜଣ ନକ୍ସଲ ଆସି ଏହି ଗାଡ଼ିକୁ ପୋଡ଼ିଥିବାର ଖବର ମିଳିଛି । ତେବେ ଜେସିବିର ଡ୍ରାଇଭରକୁ ସେମାନେ ଛାଡ଼ିଦେଇଥିବା ଜଣାପଡ଼ିଛି । ଜେସିବିର ଡ୍ରାଇଭର ଚନ୍ଦନ କୁମାର କହିଛନ୍ତି କି ମାରଣାସ୍ତ୍ର ସହ 8 ରୁ10 ଜଣ ନକ୍ସଲ ଏଠାକୁ ଆସିଥିଲେ । ସେମାନେ ତାଙ୍କୁ ଗାଡ଼ିରୁ ପ୍ରଥମେ ବାହାର କରିଦେଇଥିଲେ । ପରେ ଗାଡିରେ ନିଆଁ ଲଗାଇ ଦେଇଥିଲେ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେହିଭଳି ସ୍ଥାନୀୟ କିଛି ଗ୍ରାମବାସୀ କହିଛନ୍ତି କି, ଆସିଥିବା ନକ୍ସଲ ପୋଲିସ ଏନେଇ ସୂଚନା ଦେଲେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି । ଏହା ସହିତ ସେମାନଙ୍କୁ ଘରେ ବନ୍ଦୀ କରି ରଖିଥିଲେ ବୋଲି ଗ୍ରାମବାସୀ ଜଣାଇଛନ୍ତି।

ସେପଟେ ମୋକ୍ଷର ନଗରୀ ଗୟାରେ ଏବେ ପିତୃପକ୍ଷ ଚାଲିଛି । ଏପରି ସ୍ଥଳରେ ଗୟାରେ ନକ୍ସଲି ଆକ୍ରମଣ ନିଶ୍ଚିତ ପକ୍ଷେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଛକରବନ୍ଧ ଥାନା କର୍ମଚାରୀ ଏବଂ 159 ବାଟାଲିୟନର ଯବାନ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି।

ABOUT THE AUTHOR

...view details