ଓଡିଶା

odisha

ETV Bharat / bharat

'ବରୁଣା' ସମରାଭ୍ୟାସ: ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ - indian navy

ପରସ୍ପର ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ନୌସମରାଭ୍ୟାସ 'ବରୁଣା' । ଜଳଯୁଦ୍ଧରେ କିପରି ଶତ୍ରୁପକ୍ଷକୁ ମାତ ଦିଆଯିବ ସେ ନେଇ ଯୁଦ୍ଧାଭ୍ୟାସ କରିଛନ୍ତି ଉଭୟ ଭାରତ ଏବଂ ଫ୍ରାନ୍ସର ନୌସେନା ।

ଫଟୋ ସୌଜନ୍ୟ: twitter@ANI

By

Published : May 9, 2019, 12:45 PM IST

Updated : May 9, 2019, 1:04 PM IST

ପାଣାଜୀ: ଗୋଆ ଉପକୂଳରେ ଜାରି ରହିଛି ଭାରତ-ଫ୍ରାନ୍ସର ନୌମରାଭ୍ୟାସ 'ବରୁଣା' । ଏହି ସମରାଭ୍ୟାସରେ ଦ୍ବିତୀୟ ଦିନରେ ଉଭୟ ଦେଶରେ ନୌସେନା ଆରବ ସାଗରରେ ନିଜର ପରାକ୍ରମ ଦେଖାଇ ଦେଇଛନ୍ତି । ପରସ୍ପର ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମରାଭ୍ୟାସ ଆୟୋଜିତ ହୋଇ ଆସୁଛି।

ଫଟୋ ସୌଜନ୍ୟ: twitter@ANI


'ବରୁଣା' ପାଇଁ ଏବେ ଯୁଦ୍ଧକ୍ଷେତ୍ର ପାଲଟି ଯାଇଛି ଆରବ ସାଗର । ଯେଉଁଠି ଉଭୟ ଭାରତ ଏବଂ ଫ୍ରାନ୍ସ ମିଳିତି ଭାବେ ସାମ୍ଭବ୍ୟ ଜଳଯୁଦ୍ଧ ପାଇଁ ରଣକୌଶ ପ୍ରସ୍ତୁତ କରୁଛନ୍ତି । ସମୁଦ୍ର ବକ୍ଷରେ ଶତ୍ରୁର ମୁକାବିଲା କିପରି କରାଯିବ ସେ ନେଇ ବିଭିନ୍ନ ପ୍ରକାରର ସାମରିକ କଳାକୌଶଳ ପ୍ରଦର୍ଶନ କରୁଛନ୍ତି ଉଭୟ ଦେଶରେ ଯୁଦ୍ଧପୋତ।

ଫଟୋ ସୌଜନ୍ୟ: twitter@ANI


ଫ୍ରାନ୍ସ ନୌସେନାର ବିମାନବାହକ ଯୁଦ୍ଧପୋତ ଏଫଏନଏସ ଚାର୍ଲ୍ସ ଡିଗଲ, ରାଫେଲ ଯୁଦ୍ଧ ବିମାନ, ବିଧ୍ବଂସକ ଯୁଦ୍ଧ ଜାହାଜ ଏଫଏନଏସ ଫୋର୍ବିନ ଏବଂ ପ୍ରୋଭେନ୍ସ, ଯୁଦ୍ଧଜାହାଜ ଏଫଏନଏସ ଲାଟୁଚେ-ଟ୍ରେଭାଇଲ, ଟ୍ୟାଙ୍କର ଏଫଏନଏସ ମାର୍ନେ ଏବଂ ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ 'ବରୁଣା' ରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି।

ଫଟୋ ସୌଜନ୍ୟ: twitter@ANI


ଅନ୍ୟପଟେ ଭାରତୀୟ ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟ, ଡେଷ୍ଟ୍ରୟର ଆଇଏନଏସ ମୁମ୍ବାଇ, ଟେଗ କ୍ଲାସ ଫ୍ରିଗେଟ ଆଇଏନଏସ ତର୍କ୍ସ, ଶିଶୁମାର କ୍ଲାସର ସବମେରିନ ଆଇଏସ ସଙ୍କୁଲ, ଦୀପକ କ୍ଲାସ ଫ୍ଲିଟ ଟ୍ୟାଙ୍କର ଆଇଏନଏସ ଦୀପକ ଆରବ ସାଗରରେ ଚାଲିଥିବା ଏହି ନୌସମରାଭ୍ୟାସରେ ନିଜ ନିଜର ସାମରିକ କଳାକୌଶଳ ଦେଖାଉଛନ୍ତି ।


ନୌସମରାଭ୍ୟାସ 'ବରୁଣ' ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟ ମେ 1ରୁ ଆରମ୍ଭ ହୋଇ 6 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଏହାର ଦ୍ବିତୀୟ ପର୍ଯ୍ୟାୟ ଚଳିତ ମାସ 7 ରୁ ଆରମ୍ଭ 10 ପର୍ଯ୍ୟନ୍ତ ଚାଲିବ । ଏହାର
ଅନ୍ତିମ ପର୍ଯ୍ୟାୟ ଯୁଦ୍ଧାଭ୍ୟାସ ମେ ଶେଷରେ ଜୀବୌତୀ ଠାରେ ଅନୁଷ୍ଠିତ ହେବ।

Last Updated : May 9, 2019, 1:04 PM IST

ABOUT THE AUTHOR

...view details