ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ ଦାଖଲ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଏହି ଚାର୍ଜସିଟ 13500 ପୃଷ୍ଠାର ହୋଇଥିବା ଜଣାପଡିଛି | ଚାର୍ଜସିଟରେ ଏନଆଇଏ 19 ଜଣଙ୍କ ଅଭିଯୁକ୍ତ ଦର୍ଶାଇଛି । ଏମାନଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦଙ୍କ ନେତା ମୌଲାନା ମାସୁଦ ଅଜହର ନାଁ ମଧ୍ୟ ସାମିଲ ରହିଛି। ଆକ୍ରମଣରେ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଦାରର ବିସ୍ଫୋରଣରେ ମୃତ୍ୟୁ ହୋଇଯାଇଥିଲା ।
14 ଫେବୃଆରୀ 2019ରେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPF ଗାଡି ଉପରେ ଆକ୍ରମଣ କରାଯାଇଥିଲା। ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଏକ କାରକୁ ସିଆରପିଏଫ ଗାଡିକୁ ଧକ୍କ ଦେଇଥିଲା । ଏହି ବିସ୍ଫୋରଣରେ ଭାରତୀୟ ସେନାର 40 ଯବାନ ଶହୀଦ ହୋଇଥିଲେ । ସେବେଠାରୁ ଏନଆଇଏ ଏହି ଘଟଣାର ତଦନ୍ତ ଜାରି ରଖିଛି । ତେବେ ବର୍ତ୍ତମାନ ଏହି ମାମଲାରେ 13500 ପୃଷ୍ଠାର ଏକ ଚାର୍ଜ ସିଟ ଦାଖଲ କରିଛି ଏନଆଇଏ ।
ଏହି ଆତଙ୍କବାଦୀ ଆକ୍ରମଣ ଆଦିଲ ଅହମ୍ମଦ ଦାର ନାମକ ଜଣେ ଆତ୍ମଘାତୀ ଆତଙ୍କବାଦୀ ଦ୍ବାରା କରାଯାଇଥିଲା। ଏହା ଆକ୍ରମଣରେ ତାର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ଆଦିଲର ସହଯୋଗୀ ଓମାର ଫାରୁକର ମଧ୍ୟ ମୃତ୍ୟୁ ହୋଇସାରିଛି । ତୃତୀୟ ବ୍ୟକ୍ତି ସମୀର ବିରୋଧରେ ଅଭିଯୋଗ ହୋଇଛି। ଏନଆଇଏ ଚାର୍ଜସିଟରେ ଏପରି ଅଭିଯୁକ୍ତଙ୍କ ନାଁ ରହିଛି ଯେଉଁମାନେ ଆଦିଲର ସହଯୋଗୀ ଥିଲେ। ଏଥିସହ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ନାଁ ମଧ୍ୟ ଚାର୍ଜସିଟରେ ସାମିଲ ରହିଛି ।
ଅଧିକାରୀ କହିଛନ୍ତି ଯେ ଏହି ଆକ୍ରମଣରେ ପାକିସ୍ତାନର ଷଡଯନ୍ତ୍ରକୁ ନେଇ ଚାର୍ଜସିଟରେ ସମ୍ପୂର୍ଣ୍ଣ ପ୍ରମାଣ ରହିଛି । ତେବେ 2000 ମସିହାରେ ହାଇଜାକ ବିମାନ 155 ଯାତ୍ରୀଙ୍କୁ ମୁକ୍ତ କରିବା ବଦଳରେ ଭାରତୀୟ ଜେଲରୁ ବନ୍ଦୀ ମୁକ୍ତ କରାଯାଇଥିବା ଜୈଶ-ଏ-ମହମ୍ମଦର ମୁଖ୍ୟ ଅଜହର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡିଛି ।
ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟର ବେଳେ ଚାର୍ଜସିଟରେ ଉଲ୍ଲେଖ ଥିବା 19 ଜଣ ଆତଙ୍କବାଦୀଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟପକ୍ଷେ ଆଉ 7 ଜଣଙ୍କୁ ଏନଆଇଏ ଗିରଫ କରିଛି ।
ଚାର୍ଜ ସିଟରେ ଉଲ୍ଲେଖ ଆତଙ୍କବାଦୀଙ୍କ ନାଁ
1. ମାସୁଦ ଅଜହର ଅଲଭି, 52 ବର୍ଷ, ପାକିସ୍ତାନୀ ନାଗରିକ
2. ରୁଫ୍ ଅସଗର ଅଲଭି, 47 ବର୍ଷ, ପାକିସ୍ତାନୀ ନାଗରିକ
3. ଅମର ଅଲଭି, 46 ବର୍ଷ, ପାକିସ୍ତାନୀ ନାଗରିକ
4. ଶାକିର ବଶିର, 24 ବର୍ଷ, କାକାପୋରା, ପୁଲୱାମା
5. ଇନ୍ସା ଜାନ, 22 ବର୍ଷ, କାକାପୋରା, ପୁଲୱାମା
6. ସାଥୀ ତାରିକ୍ ଅହମ୍ମଦ ଶାହା, 53 ବର୍ଷ, କାକାପୋରା, ପୁଲୱାମା