ଓଡିଶା

odisha

ETV Bharat / bharat

ଔଷଧ ରୋଗ ଭଲ କରେ, ଡାକ୍ତର ରୋଗୀ ଭଲ କରେ

ନିଃସ୍ବାର୍ଥପର ସେବା ପାଇଁ ଡାକ୍ତର ଓ ଚିକିତ୍ସକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଏହି ଦିବସ ପଶ୍ଚିମବଙ୍ଗର ଡାକ୍ତର ତଥା ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଥିବା ବିଧାନ ଚନ୍ଦ୍ର ରଏଙ୍କ ଜନ୍ମ ଓ ମୃତ୍ୟୁ ବାର୍ଷିକୀ ଅବସରରେ ପାଳନ କରାଯାଏ ।

By

Published : Jul 1, 2020, 3:42 PM IST

‘ଔଷଧ ରୋଗକୁ ଭଲ କରେ ମାତ୍ର ଡାକ୍ତର ରୋଗୀକୁ ଭଲ କରେ’
‘ଔଷଧ ରୋଗକୁ ଭଲ କରେ ମାତ୍ର ଡାକ୍ତର ରୋଗୀକୁ ଭଲ କରେ’

ହାଇଦ୍ରାବାଦ: ନିଃସ୍ବାର୍ଥପର ସେବା ପାଇଁ ଡାକ୍ତର ଓ ଚିକିତ୍ସକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଏହି ଦିବସ ପଶ୍ଚିମବଙ୍ଗର ଡାକ୍ତର ତଥା ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଥିବା ବିଧାନ ଚନ୍ଦ୍ର ରଏଙ୍କ ଜନ୍ମ ଓ ମୃତ୍ୟୁ ବାର୍ଷିକୀ ଅବସରରେ ପାଳନ କରାଯାଏ ।

ଏହି ଦିବସ ସେବା କରୁଥିବା ଡାକ୍ତରଙ୍କ ପାଇଁ ଉତ୍ସର୍ଗୀକୃତ । 1991 ରେ ଭାରତ ସରକାରଙ୍କ ଦ୍ବାରା ପ୍ରତିବର୍ଷ ଜୁଲାଇ 1 ରେ ଡାକ୍ତର ଦିବସ ପାଳନ କରାଯାଉଛି । ସାରା ବିଶ୍ବରେ ବିଭିନ୍ନ ତାରିଖରେ ଡାକ୍ତର ଦିବସ ପାଳନ କରାଯାଏ । ଯୁକ୍ତରାଷ୍ଟ୍ରରେ ଏହି ଦିନ ମାର୍ଚ୍ଚ 30 ରେ, କ୍ୟୁବାରେ ଡିସେମ୍ବର 3 ରେ ଓ ଇରାନରେ ଅଗଷ୍ଟ 23 ରେ ପାଳନ କରାଯାଏ।

ଡ଼ଃ ବିସି ରଏ ଜୁଲାଇ 1, 1882 ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ। ସେ ଔଷଧ ବିଷୟରେ ଜାଣିବାକୁ ଗଭୀର ଭାବରେ ଆଗ୍ରହୀ ଥିଲେ । 30 ଥର ରିଜେକ୍ଟ ହେବା ପରେ ସେ ଇଂଲଣ୍ଡର ସେଣ୍ଟ ବାର୍ଥୋଲୋମି ହସ୍ପିଟାଲରେ ନିଜର ଆବେଦନ ଦାଖଲ କରିବାକୁ ଚେଷ୍ଟା ଜାରି ରଖିଥିଲେ। ସେ କଲିକତାରୁ ଡାକ୍ତରୀ ସ୍ନାତକ ଓ ଲଣ୍ଡନରେ ତାଙ୍କର MRCP ଓ FRCS ଡିଗ୍ରୀ ସମାପ୍ତ କରିଥିଲେ । ସେ 1911 ମସିହାରେ ଭାରତରେ ଚିକିତ୍ସକ ଭାବରେ ତାଙ୍କର ଡାକ୍ତରୀ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ କଲିକତା ମେଡିକାଲ୍ କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଓ ପରେ କ୍ୟାମ୍ପବେଲ୍ ମେଡିକାଲ୍ ସ୍କୁଲ୍, ପରେ କାର୍ମାଇକେଲ୍ ମେଡିକାଲ୍ କଲେଜକୁ ଯାଇଥିଲେ। ସେ ଜଣେ ପ୍ରସିଦ୍ଧ ଚିକିତ୍ସକ ତଥା ପ୍ରଖ୍ୟାତ ଶିକ୍ଷାବିତ ସହ ଜଣେ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ନାଗରିକ ଅମାନ୍ୟ ଆନ୍ଦୋଳନ ସମୟରେ ସେ ମହାତ୍ମା ଗାନ୍ଧୀରେ ଯୋଗ ଦେଇଥିଲେ। ପରେ ସେ ଭାରତୀୟ ଜାତୀୟ କଂଗ୍ରେସର ନେତା ତଥା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦେଶ ପାଇଁ ତାଙ୍କର ମହାନ ସେବା 80 ବର୍ଷ କରିବା ପରେ ଜୁଲାଇ 1, 1962 ରେ ତାଙ୍କର ଦେହାନ୍ତ ହୋଇଥିଲା। ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ଡକ୍ଟର ବି.ସିଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ 1962 ମସିହାରେ ରଏ ଜାତୀୟ ପୁରସ୍କାର ପାଣ୍ଠି ଘୋଷଣା କରିଥିଲେ । ଏହାପରେ 1961 ଫେବୃଆରୀ 4ରେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଭାରତରେ ଡାକ୍ତରଙ୍କ ସ୍ଥିତି-

-2017 ରେ ଭାରତୀୟ ଜନସଂଖ୍ୟାର 1.33 ବିଲିୟନଙ୍କ ସେବା 1.8 ନିୟୁତ ଡାକ୍ତରଙ୍କ ଦ୍ବାରା ସେବା ପ୍ରଦାନ କରାଯାଉଛି। ତେଣୁ ଏହି ଅନୁପାତ ଅନୁସାରେ 2017 ସୁଦ୍ଧା 1000 ଭାରତୀୟ ନାଗରିକଙ୍କ ପାଇଁ 1.34 ଡାକ୍ତର।

-ବର୍ତ୍ତମାନ ଭାରତରେ ମୋଟ 479 ମେଡିକାଲ କଲେଜ ଆୟୋଜିତ ହୋଇଛି ଯେଉଁଥିରେ ବାର୍ଷିକ 67,218 MBBS ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଗତ 3 ବର୍ଷ ମଧ୍ୟରେ ପ୍ରାୟ 12,870 MBBS ଛାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

-ରେଜଷ୍ଟ୍ରର ଆଲୋପାଥିକ୍ ଡାକ୍ତରଙ୍କ ମୋଟ ସଂଖ୍ୟା ହେଉଛି 11, 54,686 । ଦନ୍ତ ଚିକିତ୍ସିକ 2,54,686 ।2007ରୁ 2018 ମଧ୍ୟ ଦନ୍ତ ଚିକିତ୍ସିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆୟୁଷ ଡାକ୍ତରଙ୍କ ସଂଖ୍ୟା 7,99,879 ।

-ଆୟୁଷରେ ସର୍ବାଧିକ ସଂଖ୍ୟକ ରେଜିଷ୍ଟ୍ରର ଆୟୁର୍ବେଦିକ ଡାକ୍ତର (55.47%) ଅଛନ୍ତି । ଏହାପରେ ଭାରତରେ ରେଜିଷ୍ଟ୍ରର ହୋମିଓପାଥି ଡାକ୍ତର (36.69%) ଅଛନ୍ତି।

-ମାର୍ଚ୍ଚ 31, 2017 ସୁଦ୍ଧା ଦେଶରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ 10,112 ମହିଳା ସ୍ବାସ୍ଥ୍ୟ କର୍ମୀ । 11,712 ମହିଳା ସ୍ବାସ୍ଥ୍ୟ ସହାୟକକାରୀ । 15,592 ପୁରୁଷ ସ୍ବାସ୍ଥ୍ୟ ସହାୟକକାରୀ ଓ 6,1000 ରୁ ଅଧିକ ମହିଳା ସ୍ବାସ୍ଥ୍ୟ କର୍ମୀ ।

-ପ୍ରକାଶଥାଉକି, ଦେଶର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ଅତି କମରେ 3000 ଡାକ୍ତରଙ୍କ ଅଭାବ ରହିଛି । ପ୍ରାୟ 1,974 ଟି କେନ୍ଦ୍ର ବିନା ଡାକ୍ତରରେ କାର୍ଯ୍ୟ କରୁଛନ୍ତି। କମ୍ୟୁନିଟି ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି 5 ହଜାର ସର୍ଜନଙ୍କ ଅଭାବ ଦେଖାଦେଇଛି।

- ବିହାରରେ ଜଣେ ସରକାରୀ ଡାକ୍ତର 28,391 ଲୋକଙ୍କୁ ସେବା କରନ୍ତି।

- ଉତ୍ତରପ୍ରଦେଶରେ 19,962ରେ ଜଣେ । ଝାଡଖଣ୍ଡରେ 18,518, ମଧ୍ୟପ୍ରଦେଶରେ 19,996, ଛତିଶଗଡରେ 15,916 ଓ କର୍ଣ୍ଣାଟକରେ 13,556 ଜଣଙ୍କ ପାଇଁ ଜଣେ ଲେଖାଏଁ ଡାକ୍ତର ।

କୋଭିଡ-19 ସ୍ଥିତି-

ଏପରି ସମୟରେ ଆମେ ନିଜକୁ ଅଲଗା ରଖୁଥିବା ବେଳେ ଡାକ୍ତରମାନେ ଏହି ଭାଇରସରେ ନିଜେ ସଂକ୍ରମିତ ହୋଇ ଲୋକଙ୍କ ଜୀବନ ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ଡାକ୍ତରଖାନା ଗୁଡିକରେ ଶହ ଶହ ଲୋକଙ୍କ ସଂଖ୍ୟା ବଢିବା ସହିତ ଡାକ୍ତରମାନେ ଯେଉଁ ପ୍ରୟାସ କରୁଛନ୍ତି ତାହା ପ୍ରଶଂସନୀୟ । କୋଭିଡ-19 ମହାମାରୀ ଆରମ୍ଭ ହେବା ଦିନଠାରୁ ସାରା ବିଶ୍ବରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ବିଶେଷଜ୍ଞମାନେ ନିରନ୍ତର ଭାବରେ କାର୍ଯ୍ୟ କରିଆସୁଛନ୍ତି। ସଂକ୍ରମିତ ରୋଗୀଙ୍କ ଯତ୍ନ ନେବା ପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ।

କୋଭିଡ-19 ସମୟରେ ଅନେକ ଡାକ୍ତର ସଂକ୍ରମିତ ହେଉଛନ୍ତି-

କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ମେ 2020 ପର୍ଯ୍ୟନ୍ତ 548 ଡାକ୍ତର, ନର୍ସ ଓ ପାରାମେଡିକ୍ କୋଭିଡ-19 ଦ୍ବାରା ସଂକ୍ରମିତ ହୋଇଛନ୍ତି।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ବାରା ସଂଗୃହିତ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଅତି କମରେ 500 ଡାକ୍ତର କୋଭିଡ-19ରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ଆସୋସିଏସନ ଅଫ୍ ରେସିଡେଣ୍ଟ ଡାକ୍ତରଙ୍କ ଅନୁଯାୟୀ ମୁମ୍ବାଇରେ ସିଓନ୍ ହସ୍ପିଟାଲରେ 70 ସଂକ୍ରମିତ ଡାକ୍ତର ଥିବାବେଳେ କେଏମ୍ ହସ୍ପିଟାଲରେ 40 ଓ ନାୟାର ହସ୍ପିଟାଲରେ 35 ଜଣ ଅଛନ୍ତି। 3 ଜୁନ୍ ପର୍ଯ୍ୟନ୍ତ ଏମ୍ସର 479 ସ୍ବାସ୍ଥ୍ୟ କର୍ମୀ, ଅଧ୍ୟାପକ, ନର୍ସିଂ କର୍ମଚାରୀ, ପରିମଳ ଓ ସୁରକ୍ଷା କର୍ମୀମାନେ କୋଭିଡ-19 ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଜୁନ୍ 5 ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦରେ କୋଭିଡ-19 ରେ ମୋଟ 48 ପିଜି ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଓଡିଶାରେ 5 ଡାକ୍ତର କୋଭିଡ-19 ପଜିଟିଭ୍ ପରୀକ୍ଷା କରାଯାଇଥିଲା । ସହରର 10 ଟି ପ୍ରମୁଖ ସରକାରୀ ଓ ବେସରକାରୀ କୋଭିଡ କେୟାର ହସ୍ପିଟାଲର ତଥ୍ୟରୁ ଜଣାପଡିଛି ଯେ ପ୍ରାୟ 2,109 ରୁ ଅଧିକ ସ୍ବାସ୍ଥ୍ୟ କର୍ମୀ କୋଭିଡ-19ରେ ସଂକ୍ରମିତ ହୋଇଛନ୍ତି ଓ ଅତି କମରେ 18 ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଭାରତରେ ଡାକ୍ତରଙ୍କ ବଳିଦାନକୁ ଦେଖିଲେ କାର୍ଲ ଜଙ୍ଗଙ୍କ ସେହି ଉକ୍ତିଟି ମନେ ପଡେ ‘ଔଷଧ ରୋଗକୁ ଭଲ କରେ ମାତ୍ର ଡାକ୍ତର ରୋଗୀକୁ ଭଲ କରେ’ ।

ABOUT THE AUTHOR

...view details