ନୂଆଦିଲ୍ଲୀ: ଗୋଟିଏ ପଟେ ପୁରସ୍କାର ପାଇବାର ଖୁସି ଆଉ ଅନ୍ୟପଟେ ନିଜ ଆଖି ସାମ୍ନାରେ 10ଟି ଜୀବନ ଚାଲିଯାଇଥିବାର ଦୁଃଖ । ଏବେ ବି ସେ ଘଟଣାକୁ ବର୍ଣ୍ଣନା କରୁଥିବାବେଳେ ଥରିଯାଉଛି ତାଙ୍କ ଓଠ ।
ସାହସିକତା ପୁରସ୍କାର ଗ୍ରହଣ ପର୍ବରୁ ‘କାଳରାତ୍ର’ ନେଇ ପୂର୍ଣ୍ଣିମାଙ୍କ ମୁହଁରୁ...
କେନ୍ଦ୍ରାପଡାର ନିପାଣିଆ ଡଙ୍ଗାବୁଡି ଘଟଣାରେ ଅନେକକଙ୍କ ଜୀବନ ବଞ୍ଚାଇ ସାହସିକତା ପୁସ୍କାର ପାଇବାକୁ ଯାଉଛନ୍ତି ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା । ଶୁଣନ୍ତୁ କଣ କହୁଛନ୍ତି ପୂର୍ଣ୍ଣିମା...
ମୃତ୍ୟୁକୁ ଖାତିର ନକରି ସେ ଓ ତାଙ୍କ ଭଉଣୀ ଦେଇଥିଲେ ସାହସିକତାର ପରିଚୟ । ସେଦିନର ସେହି ସାହସିକତା ପାଇଁ ସେ ଦିଲ୍ଲୀ ଦରବାରରେ ପାଇବାକୁ ଯାଉଛନ୍ତି ପୁରସ୍କାର । ଗତ ବର୍ଷ ଜାନୁଆରୀ 2 ତାରିଖ । କେନ୍ଦ୍ରାପଡାର ନିପାଣିଆ । ଅନ୍ଧାର ରାତିରେ ନଦୀରେ ଓଲଟି ପଡ଼ିଲା ଡଙ୍ଗା । ଚାଲିଗଲା 10 ଜୀବନ । ଲୋକଙ୍କ ଚିତ୍କାର ଶୁଣି ଦୌଡି ଆସିଲେ ଦୁଇ ଭଉଣୀ ପୂର୍ଣ୍ଣିମା ଓ ସବିତା ।
ନିଜ ଜୀବନକୁ ବାଜିରେ ଲଗାଇ ନଦୀକୁ ଡେଇଁ ବଞ୍ଚାଇଥିଲେ ଅନେକଙ୍କ ଜୀବନ । ସେଦିନର ଏହି ସାହସିକତା ପାଇଁ ଏବେ ଦୁଇ ଭଉଣୀଙ୍କୁ ରାଷ୍ଟ୍ରପତିଙ୍କଠାରୁ ମିଳିବାକୁ ଯାଉଛି ସାହସିକତା ପୁରସ୍କାର । ତେବେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ବଡ ଭଉଣୀ ପୂର୍ଣ୍ଣିମା ଯେତିକି ଖୁସି ଅଛନ୍ତି ସେତିକି ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ସେଦିନର ହୃଦୟ ବିଦାରକ ଘଟଣା ପାଇଁ ।