ଓଡିଶା

odisha

ETV Bharat / bharat

ବିଷ ବଳୟରେ ଦିଲ୍ଲୀ, NCRରେ ସ୍ଥିତି ସଙ୍ଗୀନ - ଦିଲ୍ଲୀ ସରକାର

ସାରା ଦେଶରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଥିବା ବେଳେ ଦୀପାବଳି ରାତିରେ ଦିଲ୍ଲୀ ଏନସିଆରର ସ୍ଥିତି ସଙ୍ଗୀନ ।

ଫାଇଲ ଫଟୋ

By

Published : Oct 28, 2019, 8:28 AM IST

ହାଇଦ୍ରାବାଦ: ସାରା ଦେଶରେ ଧୂମଧାମରେ ଦୀପାବଳି ପାଳନ ଶେଷ ହୋଇଛି । ବ୍ୟାପକ ସଚେତନତା, ଦେଶର ସର୍ବୋଚ୍ଚ ଅଦାଳତଙ୍କ କଟକଣା ସତ୍ବେ ସବୁଠି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟିଛି । ହେଲେ ଦୀପାବଳି ଉତ୍ସବ ଏବେ ଦିଲ୍ଲୀ ପାଇଁ ବିପଦ ସୃଷ୍ଟି କରିଛି । ଦୀପାବଳି ରାତିରେ ଦିଲ୍ଲୀରେ ଲକ୍ଷଲକ୍ଷ ଟଙ୍କାର ବାଣ ଫୁଟିବା ଦ୍ବାରା ସମଗ୍ର ଦିଲ୍ଲୀର ବାୟୁ ବିଷାକ୍ତ ହୋଇପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ


ଦୀପାବଳି ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟିଛି ଏନସିଆର ଅଞ୍ଚଳରେ । କିଛି ସମୟ ପରେ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଯାଇଥିଲା । ଏହାସହ ଧୂଳିକଣା ଉଡିଛି । ଯଦ୍ବାରା ସାଧାରଣ ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । କିଛିଦିନ ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରାଧିକ ଭାବେ ବୃଦ୍ଧି ପାଇବାରୁ ଦିଲ୍ଲୀ ସରକାର ପୁଣିଥରେ ଯୁଗ୍ମ ଅଯୁଗ୍ମ ପ୍ରଚଳନ କରିବାକୁ ଯାଉଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ସୂଚନା ଅନୁସାରେ ରବିବାର ସଂଧ୍ୟାରୁ ଲୋକେ ବାଣ ଫୁଟାଇବା ଆରମ୍ଭ କରିଦେଇଥିଲେ । ଏହାର କିଛି ସମୟ ପରେ ଆକାଶ ପୁରା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଦିଲ୍ଲୀର ଲୋଧି ରୋଡ ଅଞ୍ଚଳର ବାୟୁର ଗୁଣବତ୍ତା 306ରେ ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ସେହିପରି ନୋଏଡାରେ ବାୟୁର ଗୁଣବତ୍ତା 365 ପହଞ୍ଚିଛି । ଅନ୍ୟପଟେ ହରିୟାଣା ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ମଧ୍ୟ 279ରେ ପହଞ୍ଚଛି । ଯାହାକୁ ନେଇ ସରକାରଙ୍କ ସମେତ ଜନ ସାଧାରଣ ଏବେ ଚିନ୍ତାରେ । ତୁରନ୍ତ ବିଷାକ୍ତ ବାୟୁର ଗୁଣବତ୍ତା ଯଦି ହ୍ରାସ ନପାଏ ତେବେ ସ୍ଥିତି ସଙ୍ଗୀନ ହେବା ନିଶ୍ଚିତ ।

ଫଟୋ ସୌଜନ୍ୟ: ଏଏନଆଇ

ABOUT THE AUTHOR

...view details