ଓଡିଶା

odisha

ETV Bharat / bharat

ସାଧ୍ବୀଙ୍କ ଅସାଧୁ ବାଣୀ, 'ନାଥୁରାମ ଦେଶଭକ୍ତ ଥିଲେ, ଅଛନ୍ତି ଆଉ ରହିବେ'

ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁର କହିଲେ 'ନାଥୁରାମ ଦେଶଭକ୍ତ ଥିଲେ, ଅଛନ୍ତି ଆଉ ରହିବେ ।

ଫଟୋ ସୌଜନ୍ଯ : ଏଏନ୍ଆଇ

By

Published : May 16, 2019, 6:02 PM IST

Updated : May 16, 2019, 7:15 PM IST

ଭୋପାଳ: ନିର୍ବାଚନୀ ପ୍ରଚାରରେ ନାଥୁରାମ ଗଡ଼ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ କହି ଏବେ ଚର୍ଚ୍ଚାରେ ଅଭିନେତାରୁ ନେତା ସାଜିଥିବା କମଲ ହାସନ । ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ବୋଲି କହି ବିରୋଧର ଶିକାର ହୋଇଛନ୍ତି ଏହି ଏମଏନ୍‌ଏମ (ମକ୍କଲ ନିଧି ମାୟମ) ନେତା ।

ଭିଡିଓ ସୋଜନ୍ୟ: ଏଏନଆଇ

କମଲ ନାଥଙ୍କ ଏଭଳି ବୟାନ ଉପରେ ଆଜି ମନ୍ତବ୍ୟ ଦେଇଛନ୍ତି ଭୋପାଳ ଲୋକସଭାର ବିଜେପିର ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁର । ନିର୍ବାଚନୀ ପ୍ରଚାର ସମୟରେ ଏକ ଗଣମାଧ୍ୟମକୁ ସେ କହିଛନ୍ତି ନାଥୁରାମ୍ ଗଡ଼ସେ ଜଣେ ଦେଶ ଭକ୍ତ । ସେ ଦେଶଭକ୍ତ ଥିଲେ, ରହିଛନ୍ତି , ଆଉ ଆଗକୁ ରହିବେ ମଧ୍ୟ ।

ଯେଉଁମାନେ ନାଥୁରାମଙ୍କୁ ଆତଙ୍କବାଦୀ କହୁଛନ୍ତି, ନିଜକୁ ଥରେ ପଚାରି ଦେଖନ୍ତୁ ସେମାନେ କଣ ? ଏଭଳି କହୁଥିବା ଲୋକଙ୍କୁ ଚଳିତ ନିର୍ବାଚନରେ ତାହାର ଉଚିତ୍ ଜବାବ ଦିଆଯିବ ବୋଲି କହିଛନ୍ତି ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ଏହା ପୂର୍ବରୁ କମଲଙ୍କ ବୟାନ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତା ସୌନ୍ଦରାଜନ୍‌ ଏକ ଟ୍ବିଟ୍‌ କରି କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ହିନ୍ଦୁ ଆତଙ୍କବାଦୀ କହିବା ନିନ୍ଦନୀୟ । ସେହିଭଳି ତାମିଲନାଡ଼ୁ ମନ୍ତ୍ରୀ କେଟି ରାଜେନ୍ଥ୍ର ଭାଲାଜୀ କହିଛନ୍ତି, ଏଭଳି ମନ୍ତବ୍ୟ ପାଇଁ କମଲ ହାସନଙ୍କ ଜିଭ କାଟି ଦିଆଯିବା ଉଚିତ ।

ସେପଟେ ଦଳ ପକ୍ଷରୁ ସାଧ୍ୱୀଙ୍କ ଏହି ବୟାନକୁ ଘୋର ନିନ୍ଦା କରାଯାଇଛି । ଆମେ ସାଧ୍ବୀଙ୍କ ବୟାନକୁ ସମର୍ଥନ କରୁନାହୁଁ । ଏନେଇ ଦଳ ପ୍ରଜ୍ଞାଙ୍କୁ ସ୍ପଷ୍ଟୀକରଣ ମାଗିବ ବୋଲି ସୂଚନା ମିଳିଛି । ସେ ତାଙ୍କ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ଜିଭିଏଲ ନରସିମହା ରାଓ ।

Last Updated : May 16, 2019, 7:15 PM IST

For All Latest Updates

ABOUT THE AUTHOR

...view details