ଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ସୁରଟ ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି | ଏହାସହ ଏକ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଦୁଷ୍କର୍ମ ଅଭିଯୋଗରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ - rape
ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ସୁରଟ ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି | ଏହାସହ ଏକ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ସୁରଟର ୨ ଭଉଣୀ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ | ପୋଲିସ ପୀଡିତା ଭଉଣୀଙ୍କ ବୟାନ ଓ ମିଳିଥିବା ପ୍ରମାଣ ଆଧାରରେ ନାରାୟଣ ସାଇ ଏବଂ ଆଶାରାମଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା | ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା | ଗତ ୧୧ ବର୍ଷ ପୂର୍ବରୁ ଆଶାରାମ ଏବଂ ନାରାୟଣ ସାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା |
ଏହି ମାମଲାରେ ସୁରଟ ସେସନ କୋର୍ଟ ଅପ୍ରେଲ 26 ତାରିଖରେ ନାରାୟଣ ସାଇଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ଆସନ୍ତା ଏପ୍ରିଲ 30କୁ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି । ଦୁଷ୍କର୍ମ ମାମଲାରେ ଯୋଧପୁର ଜେଲରେ ସଜା କାଟୁଥିବା ଆଶାରମ ବାପୁଙ୍କ ପୁଅ ହେଉଛନ୍ତି ନାରାୟଣ ସାଇ ।