ଓଡିଶା

odisha

ETV Bharat / bharat

ମତଦାନ କେନ୍ଦ୍ରରେ ‘ନମୋ ଫୁ଼ଡ’ !

ନୋଏଡା ସେକ୍ଟର 15 ମତଦାନ କେନ୍ଦ୍ରରେ ନମୋ ଫୁଡ। ଫୁଡ ପ୍ୟାକେଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ। ତେବେ କେନ୍ଦ୍ରମନ୍ତ୍ରୀ ଡ.ମହେଶ ଶର୍ମା କହିଛନ୍ତି, ଏହି ଖାଦ୍ୟ ପ୍ୟାକେଟ ସହ ଭାରତୀୟ ଜନତା ପାର୍ଟିର କୌଣସି ସଂପର୍କ ନାହିଁ।

ଫଟୋ ସୌଜନ୍ୟ : @ANI

By

Published : Apr 11, 2019, 9:42 PM IST

ନୂଆଦିଲ୍ଲୀ: ନୋଏଡା ସେକ୍ଟର 15 ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଖାଦ୍ୟ ପ୍ୟାକେଟରେ ନମୋ ଫୁଡ ଦେଖି ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ଏହି ଲେଖାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି ପୋଲିସ ଅଧିକାରୀ। ଏହା କୌଣସି ରାଜନୈତିକ ଦଳ ନୁହେଁ ବରଂ ନମୋ ଫୁଡ ଦୋକାନରୁ ଆସିଥିବା କହିଛନ୍ତି । ତେବେ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ କହିବା ଅନୁସାରେ କୌଣସି ରାଜନୈତିକ ଦଳ ସହ ପୋଲିସ ବିଭାଗର କୌଣସି ଲିଙ୍କ ନାହିଁ। ଏଭଳି ମିଥ୍ୟା ପ୍ରଚାର କରାଯାଇ ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏହା ନମୋ ଫୁଡ ନାମକ ଏକ ଦୋକାନରୁ ଆସିଛି।

ତେବେ କେନ୍ଦ୍ରମନ୍ତ୍ରୀ ଡ.ମହେଶ ଶର୍ମା କହିଛନ୍ତି, ଏହି ଖାଦ୍ୟ ପ୍ୟାକେଟ ସହ ଭାରତୀୟ ଜନତା ପାର୍ଟିର କୌଣସି ସଂପର୍କ ନାହିଁ। ବିରୋଧୀଙ୍କ ଦ୍ବାରା ବଦନାମ କରିବା ଉଦ୍ଦେଶ୍ୟରେ ଏପରି ମିଥ୍ୟା ପ୍ରଚାର କରାଯାଉଛି।

For All Latest Updates

ABOUT THE AUTHOR

...view details