ଓଡିଶା

odisha

ETV Bharat / bharat

ମୋଦି ଜ୍ୟାକେଟ ପରେ ଆସୁଛି ଶାଢୀ

"କରୋଡ ଜାନେ ୱାଲୋ କା ମେଲା ହେ, କନ କେହେତା ହେ କି ମୋଦୀ ଅକେଲା ହେ" ଏହା କେଉଁ ପୋଷ୍ଟର ହୋଡିଂ ନୁହେଁ କି କେଉଁ କବିର ଲେଖା ନୁହେଁ । ବରଂ ଏହା ହେଉଛି ନମୋ ଶାଢୀ ପାଇଁ ନୂଆ ନାରା ।

By

Published : Feb 13, 2019, 3:49 PM IST

Updated : Feb 13, 2019, 4:02 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଗୁଜୁରାଟ: "କରୋଡ ଜାନେ ୱାଲୋ କା ମେଲା ହେ, କନ କେହେତା ହେ କି ମୋଦୀ ଅକେଲା ହେ" ଏହା କେଉଁ ପୋଷ୍ଟର ହୋଡିଂ ନୁହେଁ କି କେଉଁ କବିର ଲେଖା ନୁହେଁ । ବରଂ ଏହା ହେଉଛି ନମୋ ଶାଢୀ ପାଇଁ ନୂଆ ନାରା ।

ତେବେ ଲୋକସଭା ନିର୍ବାଚନ ଆଗକୁ ଥିବା ବେଳେ ସବୁ ରାଜନୈତିକ ଦଳ ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସାଧାରଣ ଜନତାଙ୍କ ଠାରୁ ଭୋଟ ହାତେଇବା ପାଇଁ ବିଜେପିର ଏହା ଏକ ପ୍ରକାର ଫର୍ମୁଲା ବୋଲି ଧରାଯାଉଛି । କାରଣ ପ୍ରତ୍ୟେକ ପାର୍ଟି ନିର୍ବାଚନକେ ବାଜି ମାରିବା ପାଇଁ ପ୍ରୟାସ କରୁଛନ୍ତି ।

କିଛିଦିନ ପୂର୍ବରୁ ନମୋ ସାର୍ଟ, ନମୋ ରାକ୍ଷୀ, ନମୋ କଏନ ଓ ନମୋ ହୁଡି ବଜାରକୁ ଆସି ସାରିଛି । ତେବେ ଏବେ ନମୋ ବ୍ରାଣ୍ଡର ଶାଢୀ ବଜାରକୁ ପ୍ରବେଶ କରିବ । ଏଥିରେ ମୋଦୀଙ୍କ ଫଟୋ ସହ ବିଜେପିର ହଳୀୟ ଚିହ୍ନ ପଦ୍ମ ଚିତ୍ର ରହିଛି । ଆଜ୍ଞା ହଁ ଏ ଘଟଣା ସତ, ଏହି ଶାଢୀ ପ୍ରସ୍ତୁତ କରିବା ପାଇଁ ସୁରଟର ଜଣେ ବ୍ୟବସାୟୀଙ୍କୁ 5 ଲକ୍ଷ ଶାଢୀର ଅର୍ଡର ମିଳିଛି ।

ତେବେ ଶାଢୀରେ ବିଭିନ୍ନ ପ୍ରକାର ପ୍ରିଣ୍ଟି ରହିଛି । କେତେକ ଯାଗାରେ ମୋଦି ସିଂହ ଭଳି ଦେଖାଯାଉଛନ୍ତି । ଶାଢୀ ଗୁଡିକରେ ଏମ୍ବ୍ରୋଡୋରୀ କାରୁକାର୍ଯ୍ୟ କରାଯାଇଛି । କେବଳ ଶାଢୀ ନୁହେଁ ଏହାର ପ୍ୟାକିଂ ମଧ୍ୟ ବିଜେପିର ପବ୍ଲିସିଟି ୱାର୍କ ପାଇଁ କାମ କରୁଛି । ଏହି ସମସ୍ତ ପ୍ୟାକେଟରେ ବ୍ୟବସାୟୀ ଜଣକ ବିଜେପିର ବିଭିନ୍ନ ଜନହିତକାରୀ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।ଯେପରି ବିଜେପିର ଲୋକପ୍ରିୟ ନାରା ସବକା ସାଥ୍, ସବକା ବିକାଶ ଓ ନମୋ ଏଗେନ ମିଶନ 2019 ।

Last Updated : Feb 13, 2019, 4:02 PM IST

ABOUT THE AUTHOR

...view details