ଜମ୍ମୁ: ପ୍ରଶାସନ ଜାରି କଲା ନମାଜ ପ୍ରାଥନା ପାଇଁ ନିର୍ଦ୍ଧାରିତ ସମୟ । ବିଭିନ୍ନ ମଜଜିଦ୍ ଏବଂ ଇଦଗାହରେ ଭିନ୍ନ ଭିନ୍ନ ସମୟରେ ନମାଜ ପାଠ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଓକାଫ ଇସଲାମିଆର ପ୍ରଶାସନ ।
ଘାଟିରେ ସୁଧୁରୁଛି ସ୍ଥିତି, ନମାଜ ପାଇଁ ଜାରି ହେଲା ଟାଇମିଂ
ଘାଟିରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନମାଜ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ସକାଳ 6.15ରୁ 9 ଟା ପର୍ଯ୍ୟନ୍ତ ରହିଛି ସମୟ ଅବଧି । କେବଳ ଜମ୍ମୁ ଜିଲ୍ଲା ପାଇଁ ଜାରି ରହିଛି ନିର୍ଦେଶ ।
ଫାଇଲ ପଟୋ
ଧାରା 370 ଉଚ୍ଛେଦ ପରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ବିଭିନ୍ନ ମସଜିଦ, ଇଦଗାହର ନାମ ଏବଂ ନମାଜ ସୟୟ ତାଲିକା ମାଧ୍ୟମରେ ପ୍ରକାଶ କରାଯାଇଛି ।
କେବଳ ଜମ୍ମୁ ଜିଲ୍ଲା ପାଇଁ ଏହି ତାଲିକା ଜାରି ହୋଇଥିବାବେଳେ ନମାଜ ପାଠ କରିବାର ସମୟ ସକାଳ 6.15ରୁ 9 ଟା ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ରହିଛି ।