ଓଡିଶା

odisha

ETV Bharat / bharat

ଭକ୍ତ ମନ ଜାଣି ଫଳ ଦିଅନ୍ତି ମାଆ ନୈନା ଦେବୀ - ନବରାତ୍ରୀ

ଦେଶରେ ଥିବା 51ଟି ଶକ୍ତିପୀଠ ମଧ୍ୟରୁ ଏହି ପୀଠଟି ଅନ୍ୟତମ । ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶିବଙ୍କ ଧର୍ମପତ୍ନୀ ସତୀ ଦେବୀଙ୍କ ନେତ୍ର ଏଠାରେ ଖସି ପଡ଼ିଥିବାରୁ ଏହି ପୀଠର ନାଁ ନୈନା ଦେବୀ ହୋଇଛି । ତେବେ ଏହି ଶକ୍ତିପୀଠକୁ ଆସିଲେ ମାଆ ନୈନାଦେବୀ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 30, 2019, 1:48 PM IST

ଡେରାଡୁନ: ଆରମ୍ଭ ହୋଇଛି ନବରାତ୍ରୀ । ଆଜି ହେଉଛି ନବରାତ୍ରୀର ଦ୍ବିତୀୟ ଦିନ । ଏହି ଅବସରରେ ଦେଶର ବିଭିନ୍ନ ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଏହି କ୍ରମରେ ଉତ୍ତରାଖଣ୍ଡର ନୈନାଦେବୀ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ନବରାତ୍ରୀର ଦ୍ବିତୀୟ ଦିନରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।

ତେବେ ଏହି ମନ୍ଦିରର ଇତିହାସରେ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏହି ମନ୍ଦିରକୁ ଯେ କେହି ବି ଭକ୍ତ ଆସିଲେ ଖାଲି ହାତରେ ଫେରିନଥାଏ। କିଛି ମାଗିବା ପୂର୍ବରୁ ମାଆ ହିଁ ତାର ମନୋସ୍କାମନା ପୂରଣ କରିଥାନ୍ତି ବୋଲି ଏଠାକୁ ଆସୁଥିବା ଶ୍ରଦ୍ଧାଳୁ କୁହନ୍ତି।

ଏହି ମନ୍ଦିରକୁ ଥରେ ନେପାଳର ଏକ ପରିବାର ଆସିଥିଲେ । ଉକ୍ତ ପରିବାର ମୁଖ୍ୟଙ୍କ ଝିଅ ଜନ୍ମରୁ ଦୃଷ୍ଟିହୀନ ରହିଥିଲା । ଏଠାକୁ ଆସିବା ପରେ ଉକ୍ତ ଦିବ୍ୟାଙ୍ଗ ନାବାଳିକାଙ୍କର ଦୃଷ୍ଟି ଶକ୍ତି ଫେରାଇ ଦେବା ପାଇଁ ମାଆଙ୍କ ନିକଟରେ ପରିବାର ସଦସ୍ୟ ଗୁହାରୀ କରିଥିଲେ। ସେମାନଙ୍କ ଗୁହାରୀ ମାଆ ଶୁଣିଥିବାର ମନ୍ଦିରର ପୂଜକ କହିଥାନ୍ତି । ଏପରିକି ଉକ୍ତ ଦିବ୍ୟାଙ୍ଗ ନାବାଳିକା ଦୃଷ୍ଟିଶକ୍ତି ଫେରିପାଇଥିବା ଜଣାପଡ଼ିଛି।

ଭକ୍ତ ମନ ଜାଣି ଫଳ ଦିଅନ୍ତି ମା' ନୈନା ଦେବୀ

ସେହିଭଳି ପୁରାଣ ଅନୁଯାୟୀ ଦେବୀ ସତୀଙ୍କର ପିତା ଦକ୍ଷ ପ୍ରଜାପତି ଯେତେବେଳେ ଯଜ୍ଞର ଆୟୋଜନ କରିଥିଲେ । ହେଲେ ଯଜ୍ଞକୁ ତାଙ୍କର ଜ୍ବାଇଁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରିନଥିଲେ । ସେପଟେ ବାପାଙ୍କ ଏଭଳି କାର୍ଯ୍ୟରେ ରୋଷ ପ୍ରକାଶ କରି ଦେବୀ ସତୀ ଉକ୍ତ ଯଜ୍ଞ କୁଣ୍ଡକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଫଳରେ ଏଥିରେ ଶିବ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ ଏବଂ ସତୀ ଦେବୀଙ୍କ ଶରୀରକୁ ନେଇ ବ୍ରହ୍ମାଣ୍ଡରେ ବୁଲିଥିଲେ ।

ଫଳରେ ସେହି ସମୟରେ ସମଗ୍ର ବ୍ରହ୍ମାଣ୍ଡରେ ସନ୍ତୁଳନ ବିଗିଡ଼ିଥିଲା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବ୍ରହ୍ମା ସତୀ ଦେବୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପକାଇଥିଲେ । ସେହି ସମୟରେ ସତୀ ଦେବୀଙ୍କ ଏକ ଆଖି ନୈନିତାଲର ଏହି ସ୍ଥାନରେ ପଡ଼ିଯାଇଥିବା ପୁରାଣରୁ ଜଣାପଡ଼େ। ସେହି ଅନୁସାରେ ଏହି ସ୍ଥାନର ନାମ ନୈନା ଦେବୀଙ୍କ ନାମରେ କରାଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଏହି ଶକ୍ତିପୀଠଟି ଦେଶରେ ଥିବା 51ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ । ସେପଟେ ବ୍ରହ୍ମା ସତୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିଦେବା ପରେ ଦେଶର ବିଭିନ୍ନ ସ୍ଥାନରେ ଖସି ପଡ଼ିଥିଲା । ତାଙ୍କର ଶରୀର ଯେଉଁ ସ୍ଥାନରେ ପଡ଼ିଥିଲା ସେହି ସ୍ଥାନ ଗୁଡ଼ିକରେ ଶକ୍ତିପୀଠ ଗଢି ଉଠିଛି । ସେଗୁଡ଼ିକ ସ୍ଥାନ ମଧ୍ୟରେ ନୈନିତାଲର ଏହି ସ୍ଥାନଟି ଅନ୍ୟତମ । ଏହିଠାରେ ଥିବା ମା'ଙ୍କ ନେତ୍ର ଦୁଇଟିରେ ଅସଲି ନେତ୍ର ଦୁଇଟି ରହିଥିବା ପୂଜକ କହିଛନ୍ତି । ନବରାତ୍ରୀର ପୁରା 9 ଦିନ ଯାକ ଏଠାରେ ବେଶ ଧୂମଧାମରେ ପୂଜା କରାଯାଇଥାଏ।

ABOUT THE AUTHOR

...view details