ଓଡିଶା

odisha

ETV Bharat / bharat

ବିବାହ ଭୋଜିରେ ବନ୍ଧୁକ ଧରିଲେ ବର-କନ୍ୟା

ନାଗାଲାଣ୍ଡର ଜଣେ ବିଦ୍ରୋହୀ ନେତାଙ୍କ ପୁଅ-ବୋହୂଙ୍କ ବିବାହ ସମୟର ଏକ ଫଟୋ ବିବାଦ ସୃଷ୍ଟି କରିଛି । ଏହି ଫଟୋରେ ଦୁହେଁ ନିଜ ବିବାହ ଭୋଜିରେ ବନ୍ଧୁକ ଧରି ମଞ୍ଚରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Nov 12, 2019, 6:12 PM IST

କୋହିମା: ପୂର୍ବୋତ୍ତରରେ ରହୁଥିବା ନାଗା ସମୁଦାୟ ସହ ଶାନ୍ତି ଆଲୋଚନା ଶୀଘ୍ର ଶେଷ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହା ସହିତ ବେଶ କେତେ ଦଶନ୍ଧି ଧରି ଚାଲିଥିବା ପୁରୁଣା ବିବାଦର ସମାଧାନ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ମାତ୍ର ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନାଗାଲାଣ୍ଡର ଜଣେ ବିଦ୍ରୋହୀ ନେତାଙ୍କ ପୁଅ-ବୋହୂଙ୍କ ବିବାହ ସମୟର ଏକ ଫଟୋ ବିବାଦ ସୃଷ୍ଟି କରିଛି । ଏହି ଫଟୋରେ ସେମାନେ ବିବାହ ଭୋଜିରେ ବନ୍ଧୁକ ଧରି ମଞ୍ଚରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।

ନାଗାଲାଣ୍ଡର ବିଦ୍ରୋହୀ ନେତା ବୋହୋତୋ କିବାଙ୍କ ପୁଅର ନିକଟରେ ବିବାହ ଅନୁଷ୍ଠିତ ହୋଇଥିଲା । ଗତ ଶନିବାର ଆୟୋଜିତ ହୋଇଥିବା ବିବାହ ଭୋଜିରେ କିବାଙ୍କ ପୁଅ ଏବଂ ବୋହୂ ହାତରେ ଏକେ 56 ଏବଂ ଏମ16 ଅସଲ୍ଟ ରାଇଫଲ ଧରିଥିବା ନଜର ଆସିଥିଲେ । ସେମାନେ ବନ୍ଧୁକ ଧରି ବିଭିନ୍ନ ପୋଜରେ ଫଟୋ ମଧ୍ୟ ଉଠାଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଭୋଜିକୁ ଆସିଥିବା ଅତିଥି ଉଭୟଙ୍କୁ ବିରୋଧ କରିବା ବଦଳରେ ଉତ୍ସାହିତ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ABOUT THE AUTHOR

...view details