ଓଡିଶା

odisha

ETV Bharat / bharat

ଇସ୍ତଫା ପ୍ରସଙ୍ଗ: ମନ୍ତ୍ରୀଙ୍କ ଟାର୍ଗେଟରେ ସିଦ୍ଧୁ

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପ୍ରସଙ୍ଗରେ ନବଜୋତ୍ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବ ସରକାରଙ୍କ ଦୁଇ ମନ୍ତ୍ରୀ ବ୍ରହ୍ମା ମୋହିନ୍ଦ୍ରା ଏବଂ ଚରଣଜୀତ୍ ଚନ୍ନୀ ।

By

Published : Jul 15, 2019, 1:21 PM IST

ଫାଇଲ ଫଟୋ

ଚଣ୍ଡିଗଡ: ଗତ ରବିବାର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ଏନେଇ ସେ ନିଜର ଟ୍ବିଟର ଯୋଗେଁ ଜଣାଇଛନ୍ତି । ସିଦ୍ଧୁଙ୍କ ଇସ୍ତଫା ନାଟକବାଜି ବୋଲି କହିବା ସହ ତାଙ୍କୁ ଏ ପ୍ରସଙ୍ଗରେ ଟାର୍ଗେଟ ପଞ୍ଜାବ ସରକାରଙ୍କ ଦୁଇ ମନ୍ତ୍ରୀ ବ୍ରହ୍ମା ମୋହିନ୍ଦ୍ରା ଏବଂ ଚରଣଜୀତ୍ ଚନ୍ନୀ ।

କେବଳ ଏତିକି ନୁହେଁ ରାଜ୍ୟ ବିଧାନସଭାରେ ବିରୋଧି ଆସନରେ ବସିଥିବା ଶିରୋମଣି ଅକାଳୀ ଦଳ ମଧ୍ୟ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ତାଙ୍କୁ ଟାର୍ଗେଟ କରିବା ସହ ଡ୍ରାମା ବୋଲି କହିଛି । ଅନ୍ୟପଟେ ବିଜେପି, ନବଜୋତ ସିଂ ସିଦ୍ଧୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ନିବେଦନ କରିଛନ୍ତି ।

ଅନେକ ଦିନ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ସିଦ୍ଧୁଙ୍କ ତିକ୍ତତା ଲାଗି ରହିଛି । ତେବେ ଗତ ଜୁନ 10 ତାରିଖରେ ରାହୁଲଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା ନେଇ ସିଦ୍ଧୁ ଟ୍ବିଟରରେ ଜଣାଇଥିଲେ ।

ABOUT THE AUTHOR

...view details