ଓଡିଶା

odisha

ETV Bharat / bharat

ଏଠି ଆକାଶ ଝରାଏ ଲାଲ ଲୁହ, ରହସ୍ୟ ଭେଦି ପାରୁନି ବିଜ୍ଞାନ - red colored rain

ଭାରତର କୋଣ ଅନୁକୋଣରେ ଭରି ରହିଛି ରହସ୍ୟ। କିଛି ରହସ୍ୟ ଉପରୁ ପରଦା ଉଠିସାରିଥିବା ବେଳେ ଆଉ କିଛି ସେମିତି ରହିଯାଇଛି। ତେବେ ସେମିତି ଏକ ସ୍ଥାନ ରହିଛି କେରଳରେ। ଯେଉଁଠି ଆକାଶରୁ ଲାଲ ରଙ୍ଗର ବର୍ଷା ହୁଏ। ଯାହାକୁ କୁହାଯାଏ ରେଡ୍ ରେନ୍ ବା ବ୍ଲଡ ରେନ। ଅଧିକ ଖବର ପଢନ୍ତୁ...

ଏଠି ଆକାଶ ଝରାଏ ଲାଲ ବର୍ଷା
ଏଠି ଆକାଶ ଝରାଏ ଲାଲ ବର୍ଷା

By

Published : Oct 20, 2020, 12:09 PM IST

Updated : Oct 20, 2020, 12:15 PM IST

ରିମଝିମ୍ ବର୍ଷା। ବର୍ଷା ପାଣିରେ ଓଦା ହେବାରେ ଥାଏ କିଛି ନିଆରା ମଜା। ପ୍ରଥମ ବର୍ଷାରେ ଭିଜା ମାଟିର ବାସ୍ନା ସମସ୍ତଙ୍କୁ ଆନନ୍ଦ ଦିଏ। ଆଉ ଏହି ବର୍ଷାର ଅସରାଏ ମଜା ନେବାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ବରକୋଳିଆ ଟୋପା ଦେହରେ ପଡିଗଲେ ଦେହ ଓ ମନ ଶିହରି ଗଲା ଭଳି ମନେହୁଏ।

ବର୍ଷାକୁ ନେଇ ସମସ୍ତଙ୍କ ରହିଥାଏ କିଛି ଅଭୁଲା ଓ ଅକୁହା ଖୁନ୍ଦାଖୁନ୍ଦୀ ସ୍ମୃତି । ଆନନ୍ଦ ଦେଉଥିବା ଏହି ବର୍ଷା କେବେ ଏତେ ବି ଭୟଙ୍କର ହୋଇପାରେ। କେହି କେବେ ସ୍ବପ୍ନରେ ବି ଭାବି ନଥିବେ। ବର୍ଷା ପାଣି ପଡିବା ଆଗରୁ ଏହାର ନାଁ ଶୁଣିଲେ ବି ଆପଣ ଡରି ଯିବେ। ବର୍ଷା ପାଣି ସାଧରଣତଃ ରଙ୍ଗହୀନ ହୋଇଥିବା ବେଳେ ଏହା ଯେବେ ଲାଲ ରଙ୍ଗର ହୋଇଯିବ ଯେକେହି ବି ଭୟଭୀତ ହୋଇଯିବେ।

ତେବେ ଆପଣଙ୍କୁ କୁହାଯାଉଥିବା ଏହି ଘଟଣା ଆଈ ମା କାହାଣୀ ନୁହେଁ ଏହା ବାସ୍ତବରେ ସତ୍ୟ ଘଟଣା ଉପରେ ଆଧାରିତ। ଏଭଳି ଏକ ରହସ୍ୟମୟ ସ୍ଥାନ ହେଉଛି କେରଳର ଇଦୁକୀ ଓ କୋତାୟମ୍ ସହର। ଯେଉଁଠି ହୁଏ ରେଡ୍ ରେନ ବା ବ୍ଲଡ ରେନ। ଏହାକୁ ଲାଲ ବର୍ଷା କୁହାଯାଏ। ତେବେ ପରିବେଶ, ପରିସ୍ଥିତି ଓ ସ୍ଥାନାନ୍ତରଣ ଢାଞ୍ଚା ଭିତରେ ବିସ୍ତୃତ ଅନୁସନ୍ଧାନ ପରେ ବି କିଛି ଜିନିଷ ରହସ୍ୟମୟ ରହିଥାଏ ଏବଂ ଏଥିରୁ ପରଦା ଉଠିପାରେନି | ସେମିତି ଘଟଣା ହେଉଛି ରହସ୍ୟମୟ ଲାଲ ବର୍ଷା କିମ୍ବା ରକ୍ତ ବର୍ଷା |

2001 ମସିହାରେ କେରଳର ରହସ୍ୟମୟ ଲାଲ ବର୍ଷା ସମଗ୍ର ବିଶ୍ୱକୁ ବିସ୍ମିତ କରିଥିଲା। ବର୍ଷାର ଅସ୍ବାଭାବିକ ଲାଲ ରଙ୍ଗକୁ ବୁଝାଇବା ପାଇଁ ଅନେକ ବ୍ୟାଖ୍ୟା କରାଯାଇଥିଲା। କେତେକକୁ କେବଳ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ କେତେକ ଆଂଶିକ ଅନେକ ପ୍ରଶ୍ନର ଉତ୍ତରହୀନ ଭାବରେ ଗ୍ରହଣ କରାଯାଇଥିଲା ।

ତେବେ କେରଳର ଇଦୁକୀ ଓ କୋତାୟମ୍ ସହରରେ ଲାଲ ରଙ୍ଗର ବର୍ଷା କାହିଁକି ହୁଏ ଆଜି ବି ଜଣାପଡିନି। ଉଲକା ପିଣ୍ଡରେ ବିସ୍ଫୋରଣ ଯୋଗୁ ଏପରି ବର୍ଷା ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଥାନ୍ତି। ୧୯୮୬, ୨୦୦୧, ୨୦୦୬ ଓ ୨୦୧୨ରେ ଏଠାରେ ଲାଲ ରଙ୍ଗର ବର୍ଷା ହୋଇଥିଲା। ୨୦୦୬ରେ ହୋଇଥିବା ବର୍ଷା ପ୍ରଥମ ଥର ଗଣମାଧ୍ୟମରେ ଖବର ପାଲଟି ଥିଲା। ଏହି ଲାଲ ରଙ୍ଗ ଜଳରୁ ବାହାର କରାଯାଇଥିବା ଜୈବ ରଙ୍ଗର ଜୈବ କୋଷ ସହିତ ସମାନ ଥିଲା।

Last Updated : Oct 20, 2020, 12:15 PM IST

ABOUT THE AUTHOR

...view details