ଆଗ୍ରା: ମୋଗଲ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ, ପ୍ରେମର ପ୍ରତୀକ ଓ ଭାରତର ପରିଚୟ ବହନ କରୁଥିବା ତାଜମହଲ ପରିଦର୍ଶନ କରିବାକୁ ଯାଉଛନ୍ତି 4ଦିନିଆ ଭାରତ ଗସ୍ତରେ ଆସିଥିବା ମିଆଁମାର ରାଷ୍ଟ୍ରପତି । ଶନିବାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଓ ତାଙ୍କ ଧର୍ମପତ୍ନୀ ତଥା ମିଆଁମାରର ପ୍ରଥମ ମହିଳା ଡାଓ ଚୋ ଚୋ ତାଜମହଲ ପରିଦର୍ଶନ କରିବେ ।
ଗୋଟିଏ ସପ୍ତାହ ଭିତରେ ଦ୍ବୀତୟ ଥର ପାଇଁ ଭିଭିଆଇପିଙ୍କ ପରିଦର୍ଶନ ନେଇ ତାଜମହଲଙ୍କୁ ସାଧରାଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ । ଶନିବାର ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟଙ୍କ ପରିଦର୍ଶନ ପାଇଁ ତାଜମହଲକୁ ଦୁଇ ଘଣ୍ଟା ପାଇଁ ବନ୍ଦ ରଖାଯିବ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗ ପକ୍ଷରୁ ତାଜମହଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଶନିବାର ମଧ୍ୟାହ୍ନ 12ଟାରୁ ଅପରାହ୍ନ 2ଟା ଯାଏଁ ତାଜମହଲ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ ରହିବ ।