ଓଡିଶା

odisha

ETV Bharat / bharat

22 ମୋଷ୍ଟ ୱାଣ୍ଟେଡ ଉଗ୍ରବାଦୀଙ୍କୁ ଭାରତକୁ ହସ୍ତାନ୍ତର କଲା ମିଆଁମାର ସେନା - Most Wanted Militants from Northeast

ଉତ୍ତର-ପୂର୍ବ ଭାରତର ଉଗ୍ରବାଦୀ ସଂଗଠନ ବିରୋଧରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ରଣନୀତି ଫଳପ୍ରଦ ହୋଇଛି । ନିକଟରେ ମିଆଁମାର କିଛି ଅଞ୍ଚଳରେ ସକ୍ରିୟ ଥିବା 22 ଜଣ ମୋଷ୍ଟ ୱାଣ୍ଟେଡ ଉଗ୍ରବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଛି । ଏହି ଉଗ୍ରବାଦୀମାନେ ମିଆଁମାର ସେନା ଦ୍ବାରା ଏନକାଉଣ୍ଟର ସମୟରେ କାବୁ ହୋଇଥିଲେ । ଅଧିକ ପଢନ୍ତୁ...

Myanmar Army
22 ମୋଷ୍ଟ ୱାଣ୍ଟେଡ ଉଗ୍ରବାଦୀଙ୍କୁ ଭାରତକୁ ହସ୍ତାନ୍ତର କଲା ମିଆଁମାର ସେନା

By

Published : May 16, 2020, 12:46 AM IST

ବର୍ମା: କୋରୋନା କାଳରେ ଉତ୍ତର-ପୂର୍ବ ଭାରତର ଉଗ୍ରବାଦୀ ସଂଗଠନ ବିରୋଧରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ରଣନୀତି ଫଳପ୍ରଦ ହୋଇଛି । ନିକଟରେ ମିଆଁମାର କିଛି ଅଞ୍ଚଳରେ ସକ୍ରିୟ ଥିବା 22 ଜଣ ମୋଷ୍ଟ ୱାଣ୍ଟେଡ ଉଗ୍ରବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଛି । ଏହି ଉଗ୍ରବାଦୀମାନେ ମିଆଁମାର ସେନା ଦ୍ବାରା ଏନକାଉଣ୍ଟର ସମୟରେ କାବୁ ହୋଇଥିଲେ ।

ଏହି 22 ଜଣ ଉଗ୍ରବାଦୀଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ଏହି ଉଗ୍ରବାଦୀମାନଙ୍କୁ ମଣିପୁର ଏବଂ ଆସାମ ପୋଲିସକୁ ହସ୍ତାନ୍ତର କରାଯିବ । ଯେଉଁଠାରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜଣେ ଅଧିକାରୀଙ୍କ ମୁତାବକ ଏହି ଘଟଣା ଦର୍ଶାଉଛି ଯେ ଭାରତ ଏବଂ ମିଆଁମାର ମଧ୍ୟରେ ସମ୍ପର୍କ ସୁଦୃଢ ହେଉଛି ।

22 ମୋଷ୍ଟୱାଣ୍ଟେଡ ଉଗ୍ରବାଦୀଙ୍କୁ ଭାରତକୁ ହସ୍ତାନ୍ତର କଲା ମିଆଁମାର ସେନା

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିଦ ଡୋଭାଲଙ୍କ ଏହି ଅପରେସନରେ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ସ୍ବତନ୍ତ୍ର ବିମାନରୁ ଭାରତକୁ ଆସୁଥିବା ଏହି କିଛି ଉଗ୍ରବାଦୀଙ୍କୁ ପ୍ରଥମେ ମଣିପୁରର ରାଜଧାନୀ ଇମ୍ଫାଲରେ ଅବତରଣ କରାଯିବ । ଅବଶିଷ୍ଟ ଉଗ୍ରବାଦୀଙ୍କୁ ଗୌହାଟୀରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯିବ । ସେ କହିଛନ୍ତି ଯେ ଉତ୍ତର-ପୂର୍ବ ବିଦ୍ରୋହୀ ସଂଗଠନର ଏହି ମୋଷ୍ଟୱାଣ୍ଟେଡ ଉଗ୍ରବାଦୀଙ୍କୁ ହସ୍ତାନ୍ତର କରିବା ପାଇଁ ଭାରତ ସରକାରଙ୍କ ଅନୁରୋଧ ପରେ ମିଆଁମାର ସରକାର ଏହା ପ୍ରଥମ ପଦକ୍ଷେପ ।

ମିଆଁମାରରୁ ଭାରତକୁ ହସ୍ତାନ୍ତର କରାଯିବାକୁ ଥିବା ଏହି ଉଗ୍ରବାଦୀ ମଧ୍ୟରେ ଏନଡିଏଫବି (ଏସ) ର କଥିତ ଗୃହ ସଚିବ ରାଜେନ ଡାଇମରି, ୟୁଏନଏଲଏଫର କ୍ୟାପଟେନ ସନତୋମ୍ବା ନିଙ୍ଗଥୈଜମ ଏବଂ ଅନ୍ୟ ଏକ ଉଗ୍ରବାଦୀ ସଂଗଠନର କମାଣ୍ଡର ପର୍ଶୁରାମ ଲେସରାମ ଅଛନ୍ତି । ଏହି 22 ବିଦ୍ରୋହୀଙ୍କ ମଧ୍ୟରୁ 4 ଜଣ ମଣିପୁରର ଚାରୋଟି ବିଦ୍ରୋହୀ ଗୋଷ୍ଠୀର ସଦସ୍ୟ ହୋଇଥିବାବେଳେ ଅବଶିଷ୍ଟ 10 ଜଣ ଆସାମର ବିଦ୍ରୋହୀ ଗୋଷ୍ଠୀର ସକ୍ରିୟ ସଦସ୍ୟ ଅଟନ୍ତି ।

ABOUT THE AUTHOR

...view details