ଓଡିଶା

odisha

ETV Bharat / bharat

‘ଜମାତୀ ସଦସ୍ୟଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର ହେବା ଉଚିତ୍’

ବିହାରର ମୁଜାଫରପୁରର ବିଜେପୀ ସାଂସଦ ଅଜୟ ନିଶାଦ ତବଲିଗି ଜମାତ ସଦସ୍ୟଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ତବଲିଗି ଜମାତ ସଦସ୍ୟ ଦେଶରେ କୋରୋନା ସଂକ୍ରମଣ ବଢାଉଛନ୍ତି ।

BJP MP ajay nishad
ବିଜେପୀ ସାଂସଦ ଅଜୟ ନିଶାଦ

By

Published : May 12, 2020, 1:08 PM IST

ପାଟନା: ବିହାରର ମୁଜାଫରପୁରର ବିଜେପୀ ସାଂସଦ ଅଜୟ ନିଶାଦ ତବଲିଗି ଜମାତ ସଦସ୍ୟଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ତବଲିଗି ଜମାତ ସଦସ୍ୟ ଦେଶରେ କୋରୋନା ସଂକ୍ରମଣ ବଢଉଛନ୍ତି । ଏହି କାରଣରୁ ଆଜି ସ୍ଥିତି ଏତେ ଗମ୍ଭୀର । କୋରୋନା ଭାଇରସ ସଂକ୍ରମଣ କରୁଥିବା ସମସ୍ୟ ସଦସ୍ୟଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରିବା ଉଚିତ୍ ।

ନିଶାଦ କହିଥିଲେ ଦେଶରେ ବିଭିନ୍ନ ଭାଗରେ କୋରୋନା ବ୍ୟାପିବାର କାରଣ ହେଉଛି ଜମାତୀ ସଦସ୍ୟ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ସାଂସଦଙ୍କ ଏପରି ବୟାନ, ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁରୋଧକୁ ଅସମ୍ମାନ କରୁଛି । କୋରୋନାକୁ ନେଇ ଧର୍ମ ଆଧାରରେ କୌଣସି ଟିପ୍ପଣୀ ଦିଅନ୍ତୁ ନାହିଁ ବୋଲି ନଡ୍ଡା କହିଥିଲେ । ନଡ୍ଡାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୋରୋନାକୁ ଧର୍ମ, ଜାତି ସହ ନଯୋଡିବାକୁ ଅନୁରୋଧ କରିଥିଲେ ।

ତେବେ ସାଂସଦ କିନ୍ତୁ ନିଜର ସମସ୍ତ ସୀମା ଭୁଲି ଜମାତୀଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମଦରସାରେ ପଢୁଥିବା ଶିଶୁଙ୍କୁ ପ୍ରଥମରୁ ହିଁ କଟ୍ଟରପନ୍ଥୀ ଓ ଭୁଲ୍ ଶିକ୍ଷା ଦିଆଯାଉଛି । ମୁଜାଫରପୁରରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ପ୍ରଥମେ ଗ୍ରୀନ ଜୋନରେ ଥିଲା ମାତ୍ର ବାହାରୁ ଲୋକ ଆସିବା ଫଳରେ ଏଠାରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିଲା ।

ABOUT THE AUTHOR

...view details