ଓଡିଶା

odisha

ଆଇସିୟୁ ବେଡ୍ ଯୋଗାଇଲେ ମୁସଲିମ ସମ୍ପ୍ରଦାୟ, ଉଦ୍ଧବ ଠାକରେଙ୍କ ପ୍ରସଂଶା

By

Published : May 28, 2020, 11:13 AM IST

ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଇଚାଲକରଞ୍ଜୀ ସହରରେ ମୁସଲିମ ସମ୍ପ୍ରଦାୟ କୋରୋନାରେ ପୀଡିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଦାନ କରିଛନ୍ତି।

uddhav thakrey
ଆଇସିୟୁ ବେଡ୍ ଯୋଗାଇଲେ ମୁସଲିମ ସମ୍ପ୍ରଦାୟ

ମୁମ୍ବାଇ: ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଇଚାଲକରଞ୍ଜୀ ସହରରେ ମୁସଲିମ ସମ୍ପ୍ରଦାୟ କୋରୋନାରେ ପୀଡିତ ଲୋକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଦାନ କରିଛନ୍ତି। ଏହି ରମଜାନରେ ମୁସଲମାନ ସମ୍ପ୍ରଦାୟ ରାଜ୍ୟ ସରକାରଙ୍କ ଅନୁରୋଧରେ 36 ଲକ୍ଷ ଟଙ୍କା ଦାନ କରିଥିବାବେଳେ ଅନାବଶ୍ୟକ ବ୍ୟୟକୁ ରୋକିଥିଲେ।

ସୋମବାର ଇଦ୍ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ୍ ଉଦଘାଟନ କରିଛନ୍ତି। ଏହି ଇଚାଲକରଞ୍ଜୀ ସହରର ପ୍ରଥମ ସରକାରୀ ଡାକ୍ତରଖାନା ହୋଇପାରିଛି ଯେଉଁଠାରେ ବର୍ତ୍ତମାନ ଆଇସିୟୁ ସୁବିଧା ଉପଲବ୍ଧ ହେବ । ଏହା ସହ ରାଜ୍ୟ ସରକାର କୋରୋନା ବିରୋଧରେ ଯୁଦ୍ଧରେ ଆଉ ଏକ ପଦକ୍ଷେପ ନେଇଛନ୍ତି।

ଅନଲାଇନରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ୍ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି ଯେ ଦେଶରେ ଏହି ପର୍ବ କିପରି ପାଳନ କରାଯାଏ ତାହାର ଏକ ଉତ୍କୃଷ୍ଟ ଉଦାହରଣ ଦେବା ପାଇଁ ଇଚାଲକରଞ୍ଜୀର ମୁସଲମାନ ସମ୍ପ୍ରଦାୟ ଆଇସିୟୁ ୟୁନିଟ୍ ପାଇଁ 36 ଲକ୍ଷ ଟଙ୍କା ଦାନ କରିଛନ୍ତି।

ପ୍ରକାଶଥାଉକି, ମୁସଲମାନଙ୍କ ‘ସମସ୍ତ ମୁସଲିମ ସମାଜ’ (ଏସଏମଏସ) ର ଏକ ସଂଗଠନ ପବିତ୍ର ରମଜାନ ମାସରେ ସହରର ଏକମାତ୍ର ସରକାରୀ ଡାକ୍ତରଖାନାରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ଏଠାରେ ରୋଗୀମାନଙ୍କୁ କୋଲହାପୁର ଓ ସୋଲାପୁର ଭଳି ସହରକୁ ପଠାଯାଉଥିଲା।

ABOUT THE AUTHOR

...view details