ଓଡିଶା

odisha

ଛଠ ପୂଜା ପାଇଁ ଚୁଲା ପ୍ରସ୍ତୁତ କରନ୍ତି ମୁସଲିମ

ମହାଭାରତ ଓ ରାମାୟଣ ଯୁଗରେ ପାଳିତ ହେଉଥିଲା ଛଠ ପୂଜା। ମହାଭାରତରେ କର୍ଣ୍ଣ ଓ ରାମାୟଣରେ ପ୍ରଭୁ ଶ୍ରୀରାମ ଓ ଦେବୀ ସୀତା ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିବାକୁ ଏହି ପୂଜା କରୁଥିବା ଉଲ୍ଲେଖ ରହିଛି।

By

Published : Oct 28, 2019, 9:49 PM IST

Published : Oct 28, 2019, 9:49 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ଦୀପାବଳି ଶେଷ ହେଉ ହେଉ ଆରମ୍ଭ ହୋଇଯାଇଛି ଛଠ ପୂଜା ପାଇଁ ପ୍ରସ୍ତୁତି। ଏହି ପର୍ବ ଉତ୍ତର-ପୂର୍ବ ଭାରତରେ ବେଶ ଧୂମଧାମରେ ପାଳନ କରାଯାଏ । ଆସ୍ଥା ଓ ବିଶ୍ବାସର ଏହି ପର୍ବରେ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରାଯାଏ। ସେଥିପାଇଁ ନଦୀତଟରେ ଏକତ୍ରୀତ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରିବା ସହ ସ୍ବାମୀ, ସନ୍ତାନଙ୍କ ଦୀର୍ଘାୟୁ ଓ ପାରିବାରିକ ସୁଖ ଓ ସମୃଦ୍ଧି ପାଇଁ କାମନା କରିଥାନ୍ତି ମହିଳା। ପ୍ରାୟ 4 ଦିନ ଧରି ଏହି ପୂଜା ଅନୁଷ୍ଠିତ ହୋଇଥାଏ।

ବିହାରର ରାଜଧାନୀ ପାଟନାରେ ଛଠ ପର୍ବର ଏକ ଅଲଗା ମହତ୍ତ୍ବ ରହିଛି । ଏଠାରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗାନଦୀ ତଟରେ ମାଟିର ଚୁଲାରେ ଅର୍ଘ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଙ୍କୁ ଆରାଧନା କରିଥାନ୍ତି। ଯୁଗ ବଦଳିଥିଲେ ମଧ୍ୟ ଏହି ପୂଜା ଉପଲକ୍ଷେ ହେଉଥିବା ଖାଦ୍ୟ ପ୍ରସ୍ତୁତ ଆଜି ମଧ୍ୟ ମାଟିର ଚୁଲାରେ ହୋଇଥାଏ। ଏହି ପର୍ବରେ ଆସ୍ଥା ସହିତ ସଦଭାବନା ମଧ୍ୟ ଦେଖିବାକୁ ମିଳିଥାଏ।

ଛଠ ପୂଜା ପାଇଁ ଚୁଲା ପ୍ରସ୍ତୁତ

ଛଠ ପୂଜାରେ ବ୍ୟବହୃତ ହେଉଥିବା ମାଟିର ଚୁଲାକୁ ମୁସଲମାନ ସମ୍ପ୍ରଦାୟର ମହିଳା ପ୍ରସ୍ତୁତ କରିଥାନ୍ତି। କୌଣସି ପ୍ରକାରର ଭେଦଭାବ ନରଖି ଏହାକୁ କିଣିଥାନ୍ତି ଶ୍ରଦ୍ଧାଳୁ । ଏହି ଚୁଲା ପ୍ରସ୍ତୁତ କରୁଥିବା ମୁସଲିମ ମହିଳା ମୁଖତରୀ ଖାତୁନ କହିଛନ୍ତି ଯେ, ପୂଜାରେ ବ୍ୟବହୃତ ହେଉଥିବା ଏହି ଚୁଲାକୁ ବଡ ଶ୍ରଦ୍ଧା ସହକାରେ ତିଆରି କରାଯାଇଥାଏ। ମାଟିରେ ପ୍ରସ୍ତୁତ ଏହି ଚୁଲାକୁ 50ରୁ 100 ଟଙ୍କା ମଧ୍ୟରେ ବିକ୍ରି କରାଯାଏ। ପୂର୍ବାପେକ୍ଷା ଏହି ବ୍ୟବସାୟରେ ଏତେ ଲାଭ ହେଉନାହିଁ ସତ ହେଲେ ଶ୍ରଦ୍ଧା ଥିବାରୁ ଆମେ ପ୍ରତ୍ୟେକ ବର୍ଷ ଏଠାରେ ଆସି ଏହାକୁ ପ୍ରସ୍ତୁତ କରୁଛୁ।

ABOUT THE AUTHOR

...view details