ଲକ୍ଷ୍ନୌ : କିଛି ଦିନ ତଳେ ମୋଦିଙ୍କ ନାମରେ ଶିଶୁର ନାମ ନେଇ ଖୁବ ଚର୍ଚ୍ଚା ହେଉଥିଲା । ତାହା ପୁଣି ମୁସଲିମ ପରିବାରର ଶିଶୁ । ଲକ୍ଷ୍ନୌର ମେହନାଜ ବେଗମ ନାମକ ଜଣେ ମହିଳା ତାଙ୍କ ଶିଶୁପୁତ୍ରର ନାମ ପ୍ରଧାନମନ୍ତ୍ରୀଙ୍କ ନାମାନୁସାରେ ରଖିଥିଲେ। ହେଲେ ଏହାକୁ ନେଇ ମୁସଲିମ ସଂପ୍ରଦାୟ ଭିତରେ ଦେଖାଦେଇଥିଲା ବିବାଦ । ଏବେ ତାଙ୍କ ନାମ ନରେନ୍ଦ୍ର ଦାମୋଦର ଦାସ ମୋଦି ପରିବର୍ତ୍ତେ ମହମ୍ମଦ ଅଲତାଫ ଆଲମ ମୋଦି ରଖାଯାଇଛି ।
ବଦଳିଲା ମୋଦି ନାମଧାରୀ ମୁସଲିମ ଶିଶୁର ନାମ - narendra modi
ବଦଳିଲା ମୁସଲିମ ଶିଶୁ ମୋଦିର ନାମ । ଦାମୋଦର ଦାସ ମୋଦି ପରିବର୍ତ୍ତେ ରଖାଗଲା ମହମ୍ମଦ ଅଲତାଫ ଆଲମ ମୋଦି । ସମାଜର ଚାପରେ ଶିଶୁର ନାମ ପରିବର୍ତ୍ତନ କଲେ ମା' ମେହନାଜ ।
ଫଟୋ ସୌଜନ୍ୟ : ଏଏନଆଇ
ମୁସଲିମ ସଂପ୍ରଦାୟ ତାଙ୍କୁ ନାମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଛନ୍ତି ବୋଲି କହିଛନ୍ତି ଶିଶୁର ମା' ମେହନାଜ ବେଗମ । ପିଲାର ଜନ୍ମପରେ ପରିବାରରେ ରଖାଯାଇଥିବା ଭୋଜିରେ ସାମିଲ ହେବାକୁ ମନା ମଧ୍ୟ କରିଥିଲେ ସମ୍ପର୍କୀୟ । ନାମକୁ ନେଇ ଆଉ ଅଧିକ ଚର୍ଚ୍ଚା ନହେବା ପାଇଁ ଶେଷରେ ମହମ୍ମଦ ଅଲତାଫ ଆଲମ ମୋଦି ନାମକୁ ଠିକ ଭାବିଥିଲେ ଶିଶୁଙ୍କ ମାଆ ।
ଅନ୍ୟପଟେ ମେହନାଜଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ସ୍ଥାନୀୟ ଡାକ୍ତର । ତାଙ୍କର କହିବା ଅନୁସାରେ ଶିଶୁର ଜନ୍ମ ମେ 12 ତାରିଖରେ । ହେଲେ ମେହନାଜ ଲୋକପ୍ରିୟତା ହାସଲ କରିବା ପାଇଁ ଜନ୍ମ ତାରିଖ ବଦଳାଇ ମେ 23 କରିଛନ୍ତି ।