ଓଡିଶା

odisha

ETV Bharat / bharat

ମୁସଲମାନ ଧର୍ମଗୁରୁଙ୍କ ଅପିଲ, ଘରେ ରହି ପାଳନ୍ତୁ ଇଦ୍

ଦିଲ୍ଲୀର ମୁସଲମାନ ଧାର୍ମିକ ନେତାମାନେ ଇଦ୍ ପାଳନ କରିବା ସମୟରେ ସାମାଜିକ ସମାବେଶ ଠାରୁ ଦୂରତା ନିୟମ ପାଳନ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।

muslim religious leaders
ମୁସଲମାନ ଧର୍ମଗୁରୁଙ୍କ ଅପିଲ

By

Published : May 25, 2020, 11:40 AM IST

ନୂଆଦିଲ୍ଲୀ: ଦିଲ୍ଲୀର ମୁସଲମାନ ଧାର୍ମିକ ନେତାମାନେ ଇଦ୍ ପାଳନ କରିବା ସମୟରେ ସାମାଜିକ ସମାବେଶ ଠାରୁ ଦୂରତା ନିୟମ ପାଳନ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଫତେହପୁରୀ ମସଜିଦର ଶାହି ଇମାମ ମୁଫତି ମୁକରାମ ଅହମ୍ମଦ କହିଛନ୍ତି ଯେ ଚାନ୍ଦ ଦେଖାଯାଇଛି ଓ ଆଜି (ସୋମବାର) ପର୍ବ ପାଳନ କରାଯିବ।

ସେ କହିଛନ୍ତି, ଆମେ ଲୋକଙ୍କୁ ପରସ୍ପରକୁ ଆଲିଙ୍ଗନ ନକରିବାକୁ ପାଇଁ କହିଛୁ । ସେ କହିଛନ୍ତି ଯେ କୋରୋନା ଭାଇରସ କାରଣରୁ ପାରମ୍ପାରିକ ଭାବରେ ଇଦ୍ ପ୍ରାର୍ଥନା କରାଯାଇପାରିବ ନାହିଁ, କିନ୍ତୁ ଲୋକମାନେ ବୁଝିବା ଉଚିତ ଯେ ସତର୍କତା ଅବଲମ୍ବନ କଲେ ଏହି ଭୂତାଣୁ ପରାସ୍ତ ହୋଇପାରିବ।

ଦେଶରେ କୋରୋନା ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ୍ ରହିଛି ଓ ମସଜିଦ ସମେତ ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିଛି। ମୁସଲମାନ ଧାର୍ମିକ ନେତାମାନେ ଲୋକଙ୍କୁ ଘରେ ଇଦ୍ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

ABOUT THE AUTHOR

...view details