ଓଡିଶା

odisha

ଅଯୋଧ୍ୟା ମାମଲାରେ ରିଭ୍ୟୁ ପିଟିସନ ଦାଖଲ କରିବ ଏଆଇଏମପିଏଲବି

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି) ।

By

Published : Nov 17, 2019, 6:00 PM IST

Published : Nov 17, 2019, 6:00 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ(ଏଆଇଏମପିଏଲବି) । ଏନେଇ ରବିବାର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ମୁମତାଜ ଡିଗ୍ରୀ କଲେଜରେ ଏଆଇଏମପିଏଲବିର ବୈଠକ ହୋଇଥିଲା । ତେବେ ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସମୀକ୍ଷା ଆବେଦନ ଦାଏର ହେବା ନେଇ ନିଷ୍ପତ୍ତି ହୋଇଛି । ଏହା ସହିତ ମସଜିଦ ପାଇଁ ମିଳୁଥିବା 5 ଏକର ବିକଳ୍ପ ଜମି ମଧ୍ୟ ସ୍ବୀକାର ନକରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବୈଠକ ପରେ ବୋର୍ଡର ସଚିବ ଜଫରୟାବ ଜିଲାନୀ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୋର୍ଡ ଅନୁଯାୟୀ ମସଜିଦର ଜମି ଆହ୍ଲାଙ୍କର ଅଟେ ଏବଂ ନିୟମ ଅନୁଯାୟୀ ଏହା ଅନ୍ୟ କାହାକୁ ଦିଆଯାଇପାରିବ ନାହିଁ । ସମ୍ପୃକ୍ତ ଜମି ପାଇଁ ଆମେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆଇନଗତ ଲଢେଇ ଲଢିବୁ ବୋଲି କହିଛନ୍ତି ।

ABOUT THE AUTHOR

...view details