ଲକ୍ଷ୍ନୌ: ମୋଦିଜୀଙ୍କ ସେନା ପରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ଯୋଗୀ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଟ୍ବିଟର ଆକାଉଣ୍ଟରେ ମୁସଲିମ ଲିଗ୍ 'ଭାଇରସ୍' କଂଗ୍ରେସ ଏଥିରେ ସଂକ୍ରମିତ ହୋଇଥିବା କଥା କହିଛନ୍ତି ।
‘ମୁସଲିମ ଲିଗ୍ 'ଭାଇରସ୍'ରେ ସଂକ୍ରମିତ କଂଗ୍ରେସ’
ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ନିଜ ଟ୍ବିଟର ଆକାଉଣ୍ଟରେ ମୁସଲିମ ଲିଗ୍ 'ଭାଇରସ୍'ରେ କଂଗ୍ରେସ ସଂକ୍ରମିତ ହୋଇଥିବା କଥା କହିଛନ୍ତି ।
ଯୋଗୀ ଟ୍ବିଟରେ '୧୮୫୭ ସ୍ବାଧୀନତା ସଂଗ୍ରାମ କଥା ଉଠାଇଛନ୍ତି । ସେ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ମଙ୍ଗଲ ପାଣ୍ଡେଙ୍କ ସହିତ ପୂରା ଦେଶ ଏକାଠି ହୋଇ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରିଥିଲେ । ଏହା ପରେ ମୁସଲିମ୍ ଲିଗ୍ ଦେଶରେ ପ୍ରବେଶ କରିଥିଲା । ଏହି ଭାଇରସ୍ ଏଭଳି ବ୍ୟାପିଲା ଯେ ଦେଶ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା । ଏହା ଏମିତି ଏକ ଭାଇରସ, ଏଥିରେ ସଂକ୍ରମିତ ବ୍ୟକ୍ତି ବଞ୍ଚିବା ମୁସ୍କିଲ ବୋଲି ସେ କହିଛନ୍ତି । ଏହାସହ ଏହି ଭାଇରସ ଠାରୁ ସମସ୍ତେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ନହେଲେ ଆଗାମୀ ନିର୍ବାଚନରେ ଯଦି କଂଗ୍ରେସ ଜିତିଯାଏ ତେବେ ଦେଶରେ ଭାଇରସ ବ୍ୟାପିଯିବ ।
ଏଠାରେ ସୂଚନା ଯୋଗ୍ୟ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡରୁ ଗୁରୁବାର ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି କ୍ରମରେ କଂଗ୍ରେସକୁ ଭାଇରସ ସହ ତୁଳନା କରିଛନ୍ତି ଯୋଗୀ । କେରଳରେ କଂଗ୍ରେସ 20ଟି ଲୋକସଭା ଆସନରୁ 16ଟିରେ ନିର୍ବାଚନ ଲଢୁଥିବା ବେଳେ ସହଯୋଗୀଙ୍କ ପାଇଁ 4ଟି ଆସନ ବୁଝାମଣା କରିଛନ୍ତି । ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍ ପାଇଁ 2 ଟି ଓ କେରଳ କଂଗ୍ରେସ(ମାନି)ପାଇଁ ଗୋଟିଏ ଓ ସୋସିଆଲ ପାର୍ଟି(ଆରଏସ୍ପି) ପାଇଁ ଗୋଟିଏ ସିଟ୍ରେ ପ୍ରାର୍ଥୀ ଦେଇଛି । ତେଣୁ କଂଗ୍ରେସକୁ ଟାର୍ଗେଟ କରି ଏଭଳି କହିଛନ୍ତି ଯୋଗୀ ।