ମୁମ୍ବାଇ: ବଲିଉଡ ସୁଶାନ୍ତ ସିଂହ ହତ୍ୟା ଘଟଣାରେ ତ୍ବରାନ୍ବିତ ହୋଇଛି ଯାଞ୍ଚର ଗତି । ଘଟଣାରେ ଇଡି ପକ୍ଷରୁ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ ହୋଇସାରିଛି । ତେବେ ପାଟନା ଥାନାରେ ସୁଶାନ୍ତଙ୍କ ବାପାଙ୍କ ଏତଲାକୁ ଆଧାର କରି ତଦନ୍ତ ପାଇଁ ମୁମ୍ବାଇ ରେ ଅଛି ବିହାର ପୋଲିସର ଏକ ଟିମ । ହେଲେ ମୁମ୍ବାଇ ପୋଲିସ ବିହାର ପୋଲିସର ଏହି ଟିମକୁ ତଦନ୍ତରେ କୌଣସି ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଏପରି କି ଯାଞ୍ଚ କରିବା ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ଏହି ଯାତାୟତ ପାଇଁ ଗାଡି ମଧ୍ୟ ଯୋଗାଇ ଦିଆଯାଉନାହିଁ ।
ସୁଶାନ୍ତ ସିଂହ ମାମଲା: ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ - ସୁଶାନ୍ତଙ୍କ ଆତ୍ମହତ୍ୟା
ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାର ଘଟଣାର ଯାଞ୍ଚ ନେଇ ମୁମ୍ବାଇ ପୋଲିସ ଉପରେ ଉଠିଲା ପ୍ରଶ୍ନ । ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବିହାର ପୋଲିସ ଟିମକୁ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...
ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିହାରର ପୋଲିସର 4 ଜଣିଆ ଏକ ଟିମ ମୁମ୍ବାଇରେ ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ଯାଞ୍ଚ ପ୍ରକ୍ରିୟାରେ ସୁବିଧା ସହଯୋଗ ଯୋଗାଇ ଦେବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିହାର ପୋଲିସ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ।
ପୂର୍ବରୁ ମୁମ୍ବାଇ ପୋଲିସ ଏହି ଘଟଣାରେ କୌଣସି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଥିଲା । ଦୁଇ ରାଜ୍ୟର ପୋଲିସଙ୍କ ମଧ୍ୟରେ ସମନ୍ବନ ରହୁ ନଥିବାରୁ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରାମବିଳାସ ପାସଓ୍ବାନ । ଅନ୍ୟପକ୍ଷେ ମହାରାଷ୍ଟ୍ର ସରକାରଙ୍କ ଏହି ଘଟଣାରେ ଅନିଚ୍ଛା ପ୍ରକାଶ କରୁଥିବାରୁ ଯାଞ୍ଚରେ ବାଧାସୃଷ୍ଟି ହେଉଥିବା ସେ କହିଥିଲେ ।