ମୁମ୍ବାଇ: ମୁମ୍ବାଇ ପୋଲିସ କମିଶନର ସୋସିଆଲ ମିଡିଆରେ ଏକ ଅପ୍ରତ୍ୟାଶିତ ଫଟୋ ସେୟାର କରିଛନ୍ତି । ଏହି ଫଟୋ ବର୍ତ୍ତମାନର ସମୟରେ ସଚେତନତା ବାର୍ତ୍ତାର ଏକ ସଠିକ ଚିତ୍ର ଉପସ୍ଥାପନ କରୁଛି । ମାସ୍କ, ସାନିଟାଇଜର କୋରୋନାରୁ ସୁରକ୍ଷିତ ରହିବା ପାଇଁ ଢାଲ ଭାବରେ ବ୍ୟବହୃତ ହେଉଛି । କିନ୍ତୁ ଯଦି ମାସ୍କ ସଠିକ ଭାବରେ ବ୍ୟବହୃତ ନ ହୁଏ ତେବେ ଭାଇରସ ଆକ୍ରମଣରୁ ରକ୍ଷା ପାଇବା କଷ୍ଟକର ।
ମହାମାରୀ ସମୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଏକ ପ୍ରଭାବଶାଳୀ ଉପାୟ । ମାସ୍କ ପିନ୍ଧିବାର ଗୁରୁତ୍ୱକୁ ହାଇଲାଇଟ କରିବାକୁ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି । ମାସ୍କ ବିନା ବାହାରକୁ ଆସିବା ପାଇଁ କିଛି ଲୋକଙ୍କ ଠାରୁ ଜୋରିମାନା ଆଦାୟ ହେଉଛି, ତେଣୁ କିଛି ଅଧିକାରୀ ସୋସିଆଲ ମିଡିଆରେ ଏହି ଅଭିଯାନର ସହାରା ନେଉଛନ୍ତି।
କରୋନା ମହାମାରୀ ଆରମ୍ଭରୁ ମୁମ୍ବାଇ ପୋଲିସ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ସକ୍ରିୟ ରହିଆସିଛି । ଏହି ସମୟରେ ମୁମ୍ବାଇ ପୋଲିସର ମୁଖ୍ୟ କମିଶନର ପରମବୀର ସିଂ ଏକ ମାସ୍କର ଫଟୋ ଟ୍ୱିଟ କରିଛନ୍ତି । ଫଟୋରେ ଜଣେ ବ୍ୟକ୍ତି ବିଛଣାରେ ଶୋଇଥିବାର ଦେଖାଯାଇଛି । ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ବେଡସିଟରେ ମୁହଁକୁ ଆଚ୍ଛାଦନ କରିବା ପରିବର୍ତ୍ତେ ମାସ୍କରେ ମୁହଁକୁ ଆଚ୍ଛାଦନ କରିଛନ୍ତି । ଫଟୋ ସହିତ କମିଶନର ପରମବୀର ସିଂଙ୍କ ମେସେଜ କ୍ୟାପସନରୁ ସମ୍ପୂର୍ଣ୍ଣ ସ୍ପଷ୍ଟ ହେଉଛି। ପୋଲିସ କମିଶନର ଟ୍ୱିଟରରେ ଲେଖିଛନ୍ତି ଯେ, 'ମାସ୍କ ବ୍ୟବହାର କରିବା ର ଏହା ସଠିକ ଉପାୟ ନୁହେଁ। ମାସ୍କ କୁ ସଠିକ ଭାବରେ ବ୍ୟବହାର କରନ୍ତୁ ତା ଉପରେ ଶୁଅନ୍ତୁ ନାହିଁ' ।
ଏହା ପ୍ରଥମ ଘଟଣା ନୁହେଁ ଯେ ପୋଲିସ କମିଶନର ତାଙ୍କ କଳା ପ୍ରଦର୍ଶନ କରିଛନ୍ତି। 3 ଦିନ ପୂର୍ବେ ପରମବୀର ସିଂ ଫେକ ନ୍ଯୁଜ ବିରୋଧରେ ଏକ ଅନଲାଇନ ଟ୍ରେଣ୍ଡ ଆରମ୍ଭ କରିଥିଲେ। ଏହା ବ୍ୟତୀତ ମୁମ୍ବାଇ ପୋଲିସ ଅନେକ ଥର ସୋସିଆଲ ମିଡିଆ ବ୍ୟବହାର କରି ଲୋକଙ୍କୁ କୋରୋନା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି।