ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସବୁ ଦଳକୁ ଘାରିଛି ଘୋଡା ବେପାର ଭୟ । ନଭେମ୍ବର 30ରେ ବହୁମତ ପ୍ରମାଣ ଦେବେ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇତିବା ଦେବେନ୍ଦ୍ର ଫଡନାଭିସ । ଦଳୀୟ ବିଧାୟକଙ୍କୁ ହରାଇବା ଭୟରେ ସବୁ ଦଳ ବର୍ତ୍ତମାନ ସେମାନଙ୍କୁ ବାହାରକୁ ପଠାଇବାକୁ ଯୋଜନା କରୁଛନ୍ତି । ଏହା ମଧ୍ୟରେ ଏନସିପିର ଆଉ ଜଣେ ବିଧାୟକ ନିଖୋଜ ହେବାର ଖବର ଆସିଛି । ରାଜ୍ୟ କଲବଣ ବିଧାନସଭା ଆସନର ବିଧାୟକ ନୀତିନ ପାୱାର ନିଖୋଜ ଥିବା ଜଣାପଡିଛି ।
ମହାରାଷ୍ଟ୍ରରେ ଘୋଡା ବେପାର ଆଶଙ୍କା, ଗାଏବ ହେଉଛନ୍ତି ବିଧାୟକ - ଏନସିପି ନୀତିନ ପାୱାର ନିଖୋଜ
ମହାରାଷ୍ଟ୍ର କଲବଣ ବିଧାନସଭା କ୍ଷେତ୍ରର ବିଧାୟକ ନୀତିନ ପାୱାର ନିଖୋଜ ଥିବା ଜଣାପଡିଛି । ଏନେଇ ତାଙ୍କ ପୁଅ ନାସିକର ପଞ୍ଚବଟୀ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ଶାହପୁରର ଏନସିପି ବିଧାୟକ ଦୌଲତ ଦରୋଡା ରାଜଭବନ ପହଞ୍ଚିବା ପରେ ହଠାତ ନିଖୋଜ ହୋଇ ଯାଇଥିଲେ ।
ଏନେଇ ବିଧାୟକଙ୍କ ପୁଅ ନାସିକର ପଞ୍ଚବଟୀ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ନୀତିନ ପାୱାର ନଭେମ୍ବର 23 ତାରିଖ ସକାଳ ସାଢେ 6ଟା ସମୟରେ ଏକ ବୈଠକରେ ଯୋଗ ଦେବା ଲାଗି ମୁମ୍ବାଇ ଅଭିମୁଖେ ବାହାରିଥିଲେ । ହେଲେ ସେ ଆଉ ଘରକୁ ଫେରିନାହାଁନ୍ତି । ଏପରିକି ତାଙ୍କ ଫୋନ ମଧ୍ୟ ବନ୍ଦ ଥିବା ତାଙ୍କ ପୁଅ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏହା ପୂର୍ବରୁ ଶାହପୁରର ଏନସିପି ବିଧାୟକ ଦୌଲତ ଦରୋଡା ରାଜଭବନ ପହଞ୍ଚିବା ପରେ ହଠାତ ନିଖୋଜ ହୋଇଯାଇଛନ୍ତି।
ମହାରାଷ୍ଟ୍ରରେ ପ୍ରାୟ ମାସେ ଧରି ଚାଲିଥିବା ରାଜନୈତିକ ମହାନାଟକରେ ପୂର୍ଣ୍ଣଚ୍ଛେଦ ପକାଇ ନାଟକୀୟ ମୋଡରେ ଚଳିତ ମାସ 23 ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ର ଭାବେ ଯଥାକ୍ରମେ ଦେବେନ୍ଦ୍ର ଫଡନାଭିସ ଏବଂ ଏନସିପି ନେତା ଅଜିତ ପାଓ୍ବାର ଶପଥ ନେଇଛନ୍ତି।