ଓଡିଶା

odisha

ETV Bharat / bharat

ବିଦେଶୀଙ୍କ ପାଇଁ ସବୁଠାରୁ ଦାମିକା ସହର ମୁମ୍ବାଇ: ସର୍ଭେ - ମୁମ୍ବାଇ

ମୁମ୍ବାଇ ବିଦେଶୀମାନଙ୍କ ପାଇଁ ସବୁଠାରୁ ଦାମିକା ସହର । ଗତ ମଙ୍ଗଳବାର ଏକ ସର୍ଭେରେ ଏହି ସୂଚନା ଦିଆଯାଇଛି ।

_survey
ମୁମ୍ବାଇ ବିଦେଶୀ ମାନଙ୍କ ପାଇଁ ସବୁଠାରୁ ମହଙ୍ଗା ସହର

By

Published : Jun 10, 2020, 1:54 PM IST

ମୁମ୍ବାଇ: ମୁମ୍ବାଇ ବିଦେଶୀଙ୍କ ପାଇଁ ସବୁଠାରୁ ଦାମିକା ସହର । ଗତ ମଙ୍ଗଳବାର ଏକ ସର୍ଭେରେ ଏହି ସୂଚନା ଦିଆଯାଇଛି। ମର୍ସର 2020- ଅଧିନରେ ରହଣୀ ଶୈଳୀର ସର୍ଭେ ଅନୁଯାୟୀ, ମୁମ୍ବାଇ ବିଶ୍ୱରେ ବିଦେଶୀଙ୍କ ପାଇଁ 60ତମ ଦାମିକା ସହର ହୋଇଥିବାବେଳେ ଏସିଆରେ 19ତମ ସ୍ଥାନରେ ରହିଛି।

ସର୍ଭେ ଅନୁଯାୟୀ, ଭାରତର ସହରମାନଙ୍କ ମଧ୍ୟରୁ ମୁମ୍ବାଇ ସବୁଠାରୁ ଦାମିକା ସହର । ଏହାପରେ ରହିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ଯାହା ବିଶ୍ବରେ 101 ସ୍ଥାନରେ ରହିଛି । ଏହାପରେ ରହିଛି ଚେନ୍ନାଇ, ଯାହା ବିଶ୍ବରେ 143ତମ ସ୍ଥାନରେ ରହିଛି । ସର୍ଭେରେ କୁହାଯାଇଛି ଯେ ବେଙ୍ଗାଲୁରୁ 171 ଏବଂ କୋଲକାତା 185 ର୍ୟାକିଙ୍ଗରେ ସବୁଠାରୁ କମ୍ ଦାମୀ ଭାରତୀୟ ସହର ଅଟେ।

ସର୍ଭେ କରାଯାଇଥିବା ସମସ୍ତ ଭାରତ ସହରଗୁଡିକ ମଧ୍ୟରୁ 4ଟି ସହର ସର୍ବୋତ୍ତମ ରହିଛନ୍ତି । ଯେଉଁଥିରେ ଦିଲ୍ଲୀ ସର୍ବାଧିକ ଅଭିବୃଦ୍ଧି ସହ 17ତମ ସ୍ଥାନରେ ପହଞ୍ଚିଛି ।

ବିଶ୍ୱ ତାଲିକାରେ ହଂକଂ ଶୀର୍ଷରେ ଥିଲା। ଏହାପରେ ଆଶଗାବତ୍ (ତୁର୍କମେନିସ୍ତାନ) ଦ୍ବିତୀୟରେ ଥିଲା । ଜାପାନର ଟୋକିଓ ଏବଂ ସ୍ୱିଜରଲ୍ୟାଣ୍ଡର ଜ୍ୟୁରିଖି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବାବେଳେ ସିଙ୍ଗାପୁର ଗତ ବର୍ଷ ଠାରୁ ପଞ୍ଚମ ସ୍ଥାନରେ ରହିଛି ।

ବିଶ୍ୱ ର୍ୟାଙ୍କିଙ୍ଗରେ ଶୀର୍ଷ 10ତମ ସ୍ଥାନରେ ସାମିଲ ହୋଇଥିବା ଅନ୍ୟ ସହର ତୁଳନାରେ ଷଷ୍ଠ ସ୍ଥାନରେ ଆମେରିକାର ନ୍ୟୁୟର୍କ, ସପ୍ତମ ସ୍ଥାନରେ ଚୀନର ସଂଘାଇ, ଅଷ୍ଟମ ସ୍ଥାନରେ ସ୍ୱିଜରଲ୍ୟାଣ୍ଡର ବର୍ନ ଏବଂ ଜେନେଭା ଓ ନବମ ସ୍ଥାନରେ ବେଜିଂ ରହିଛି ।

ABOUT THE AUTHOR

...view details