ଓଡିଶା

odisha

ETV Bharat / bharat

ପୁଣି ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ

ଏହା ପ୍ରଥମ ଘଟଣା ନୁହେଁ, ଯେବେ ପାକିସ୍ତାନ ପଟୁ ଡ୍ରୋନ ଭାରତରେ ପ୍ରବେଶ କରିଛି । ପୂର୍ବରୁ ଅକ୍ଟୋବର 9ରେ ସମାନ ଜାଗାରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଆସୁଥିବାର ଦେଖିବାକୁ ମିଳିଥିଲା ।

ପ୍ରତୀକାତ୍ମକ ଫଟୋ

By

Published : Oct 22, 2019, 3:27 PM IST

ଫିରୋଜପୁର(ପଞ୍ଜାବ): କିଛିଦିନ ବ୍ୟବଧାନ ପରେ ପୁଣି ପଞ୍ଜାବ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ସୋମବାର ବିଳମ୍ବିତ ରାତିରେ ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଏହି ଡ୍ରୋନ ଦେଖିବାକୁ ମିଳିଛି । କିଛି ପାକିସ୍ତାନୀ ଡ୍ରୋନ ଉପରେ ବିଏସଏଫ ଯବାନ ଗୁଳିମାଡ କରିଥିବା ସୂଚନା ରହିଛି ।

ମିଳିଥିବା ସୂଚନାନୁସାରେ ସୋମବାର ରାତି ସାଢେ 10ଟାରେ ପ୍ରଥମେ ଏହି ଡ୍ରୋନ ଠାବ ହୋଇଥିଲା । ହୁସେନୱାଲା ସେକ୍ଟରରେ ବିଏସଏଫ ପକ୍ଷରୁ ଏହାକୁ ନୋଟିସ କରାଯାଇଥିଲା । ପାଟ୍ରୋଲିଂ ବେଳେ ଯବାନ ଡ୍ରୋନ ଉଡୁଥିବାର ଦେଖିଥିଲେ । ସନ୍ଦେହ ହେବାରୁ ଅଧିକ ତଦନ୍ତ କରାଯାଇଥିଲା । ତେବେ ପାକିସ୍ତାନ ପଟୁ ଏହି ଡ୍ରୋନ ଆସୁଥିବାର ଜଣାପଡିଥିଲା । ପ୍ରଥମେ କେବଳ ଗୋଟିଏ ଡ୍ରୋନ ଦେଖାଯାଇଥିବାବେଳେ ଧିରେ ଧିରେ ଏକାଧିକ ଡ୍ରୋନ ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ତେବେ ଯବାନଙ୍କ ପକ୍ଷରୁ କେତେକ ଡ୍ରୋନକୁ ଗୁଳି ମାରି ଖସାଇ ଦିଆଯାଇଥିବାର ସୂଚନା ରହିଛି । ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବାବେଳେ କିଏ ଓ କାହିଁକି ଏହାକୁ ଉଡାଉଥିଲା ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଏହା ପ୍ରଥମ ଘଟଣା ନୁହେଁ, ଯେବେ ପାକିସ୍ତାନ ପଟୁ ଡ୍ରୋନ ଭାରତରେ ପ୍ରବେଶ କରିଛି । ପୂର୍ବରୁ ଅକ୍ଟୋବର 9ରେ ସମାନ ଜାଗାରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଆସୁଥିବାର ଦେଖିବାକୁ ମିଳିଥିଲା । ଉଭୟ ବିଏସଏଫ ଓ ପଞ୍ଜାବ ପୋଲିସ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା ।

ଲଗାତାର ପାକିସ୍ତାନ ପଟୁ ଡ୍ରୋନ ଆସିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାକ୍‌ କୌଣସି ପ୍ରକାର ଚାଲ ଚଲାଇଥିବାର ଆଶଙ୍କା ଦେଖାଦେଇଛି । ଡ୍ରୋନ ଦ୍ବାରା ଭାରତୀୟ ସେନା ଉପରେ ନଜର ରଖୁଥିବାର ଗୁଇନ୍ଦା ସୂଚନା ମିଳିଛି । ପୋଲିସ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details