ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ପୁଣିଥରେ ବିଗିଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଜର ବ୍ୟକ୍ତିଗତ ବିମାନରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣା ପଡିଛି ।
ପୁଣି ବିଗିଡିଲା ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି - admitted
ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ପୁଣିଥରେ ବିଗିଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଫାଇଲ ଫଟୋ
ସୂଚନା ଯୋଗ୍ୟ ଯେ, ମୁଲାୟମ ସିଂହ ହାଇପର ଗ୍ଲାଇସିମିୟା(ହାଇପର ଟେନସନ୍) ଓ ମଧୁମେୟ ରୋଗରେ ପୀଡ଼ିତ ଅଛନ୍ତି । ଏହା ପୂର୍ବରୁ ରବିବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ରାମ ମୋନହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।