ଓଡିଶା

odisha

ରମଜାନ ସମୟରେ ଲକଡାଉନ ନିୟମକୁ ପାଳନ କରିବାକୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ନକଭୀ

ମହାମାରୀ କୋରୋନାକୁ ନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ ମୁସଲିମ ସମୁଦାୟ ଲୋକଙ୍କୁ ଲକଡାଉନ ନିୟମ ତଥା ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ କହିଛନ୍ତି । ଆଗାମୀ ମାସରେ ଆରମ୍ଭ ହେବାକୁ ଥିବା ପବିତ୍ର ରମଜାନ ସମୟରେ ମଧ୍ୟ ଲକଡାଉନ ନିୟମକୁ ପାଳନ କରିବାକୁ ଅପିଲ କରିଛନ୍ତି । ଅଧିକ ପଢ଼ନ୍ତୁ...

By

Published : Apr 14, 2020, 1:03 AM IST

Published : Apr 14, 2020, 1:03 AM IST

muktar-abbas-naqvi-appealed-to-the-lockdown-rules-during-ramadan
ରମଜାନ ସମୟରେ ଲକଡାଉନ ନିୟମକୁ ପାଳନ କରିବାକୁ ଅପିଲ କଲେ ମୁକ୍ତାର ଆବ୍ବାସ ନକଭୀ

ନୂଆଦିଲ୍ଲୀ: ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ମହାମାରୀ କୋରୋନାକୁ ନେଇ ଭାରତରେ 21 ଦିନିଆ ଲକଡାଉନ ଘୋଷଣା କରାଯାଇଛି । ମହାମାରୀ କୋରୋନାକୁ ନେଇ କେନ୍ଦ୍ରର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ ମୁସଲିମ ସମୁଦାୟ ଲୋକଙ୍କୁ ଲକଡାଉନ ନିୟମ ତଥା ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ କହିଛନ୍ତି । ଆଗାମୀ ମାସରେ ଆରମ୍ଭ ହେବାକୁ ଥିବା ପବିତ୍ର ରମଜାନ ସମୟରେ ମଧ୍ୟ ଲକଡାଉନ ନିୟମକୁ ପାଳନ କରିବାକୁ ଅପିଲ କରିଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରୀ ନକଭୀ କହିଛନ୍ତି ମୁସଲମାନ ସମୁଦାୟର ବିଭିନ୍ନ ଧାର୍ମିକ ନେତା, ମୌଲାନା, ପ୍ରିତିନିଧି ସାମାଜିକ ସଂଗଠନ ଓ ୱାକଫ ବୋର୍ଡଙ୍କୁ ରମଜାନ ପର୍ବ ପାଳନ ବେଳେ ସାମାଜିକ ଦୂରତ୍ବ ପାଳନ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ କହିଛନ୍ତି । କେନ୍ଦ୍ରୀୟ ୱାକଫ ବୋର୍ଡର ଅଧ୍ୟକ୍ଷ ଭାବରେ ନକଭୀ ଅଛନ୍ତି । ଦେଶରେ 7 ଲକ୍ଷ ମସଜିଦ, ଦରଘା, ଇଦଗାହ ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ରହିଥିବା କହିଛନ୍ତି । ଏହା ସାରା ଦେଶର ରାଜ୍ୟ ୱାକଫ ବୋର୍ଡ ମଧ୍ୟରେ ରହିଥାନ୍ତି ।

ପ୍ରଥା ଓ ପାରମ୍ପରିକ ଭାବରେ ଚାଲି ଆସୁଥିବା ବିଭିନ୍ନ ଧାର୍ମିକ କାର୍ଯ୍ଯ ସମୟରେ ଲୋକଙ୍କ ଗହଳ ନକରି ନିଜ ଘରେ ଘରେ ପାଳନ କରନ୍ତୁ । କୌଣସି ମସଜିଦ କିମ୍ବା ଇଦଗାହରେ ଗହଳି ନ କରିବା ପାଇଁ ସରକାରଙ୍କ ଗାଇଡଲାଇନ ପାଳନ କରନ୍ତୁ ବୋଲି କହିଛନ୍ତି । ଦେଶରେ ଦିନକୁ ଦିନ ମହାମାରୀ କୋରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ବର୍ତ୍ତମାନ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଆଲୋଚନା କରୁଛନ୍ତି ।

ABOUT THE AUTHOR

...view details