ଓଡିଶା

odisha

ETV Bharat / bharat

ସରକାରୀ ବାସଭବନକୁ ସ୍ଥାନାନ୍ତରିତ ମେହବୁବା ମୁଫତି - Mufti to be shifted to her official residence today

ଜନ ସୁରକ୍ଷା ଆଇନ ଅନୁଯାୟୀ ଗିରଫ ହୋଇଥିବା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଆଜି ଫେୟାରଭ୍ୟୁ ଗୁପକର ରୋଡରେ ଥିବା ତାଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ...

Mufti to be shifted to her official residence today, to remain under detention
ସରକାରୀ ବାସଭବନକୁ ସ୍ଥାନାନ୍ତର ହେଲେ ମେହବୁବା ମୁଫତି

By

Published : Apr 7, 2020, 1:53 PM IST

ଶ୍ରୀନଗର: ଜନ ସୁରକ୍ଷା ଆଇନ ଅନୁଯାୟୀ ଗିରଫ ହୋଇଥିବା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଆଜି ଫେୟାରଭ୍ୟୁ ଗୁପକର ରୋଡରେ ଥିବା ତାଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସରକାରୀ ବାସଭବନକୁ ସହାୟକ ଜେଲ ଭାବେ ପରିଣତ କରାଯାଇ ତାଙ୍କୁ ବନ୍ଦୀ ଭାବରେ ରଖାଯାଇଛି ।

ଗତ ମାସରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବନ୍ଦୀରୁ ମୁକ୍ତ ହେବାପରେ ମୁଫତି ଏବଂ ଅନ୍ୟମାନେ ମଧ୍ୟ ବନ୍ଦୀରୁ ମୁକ୍ତ ହେବେ ବୋଲି ଆଶା କରାଯାଉଥିଲା । ଗତ ମାସରେ ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା ।

ଜାମ୍ମୁକାଶ୍ମୀର ପ୍ରଶାସନ ଫେବୃଆରୀରେ ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କ ବିରୋଧରେ ଜନ ସୁରକ୍ଷା ଆଇନ ଲାଗୁ କରିଥିଲା । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଭାରତୀୟ ସମ୍ବିଧାନର ଧାରା 370ରଦ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବାବେଳେ ମୁଫତି, ଫାରୁକ୍ ଅବଦୁଲ୍ଲାଙ୍କ ସମେତ କାଶ୍ମୀରର ଅନେକ ନେତାଙ୍କୁ ଅଟକ ରଖାଯାଇଥିଲା ।

@ANI

ABOUT THE AUTHOR

...view details