ଓଡିଶା

odisha

ଆମ୍ବେଦକରଙ୍କ 129ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଶ୍ରୀ ମାୟାବତୀ

By

Published : Apr 14, 2020, 4:05 PM IST

ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ତଥା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ 129 ଜୟନ୍ତୀରେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ms-mayawati-pays-tribute-to-ambedkars-129th-birthday
ଆମ୍ବେଦକରଙ୍କ 129ତମ ଜନ୍ମତିଥୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ସୁଶ୍ରୀ ମାୟାବତୀ

ନୂଆଦିଲ୍ଲୀ: ଆମ୍ବେଦକରଙ୍କ 129ତମ ଜନ୍ମତିଥୀ । ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ତଥା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ 129 ଜୟନ୍ତୀରେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବାବା ସାହେବଙ୍କ ଜନ୍ମଜୟନ୍ତୀ ଅବସରରେ ମୟାବତୀ କହିଛନ୍ତି ମୁଁ ଦଳ ଓ ତାଙ୍କର ଅନୁଗାମୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସେ ତାଙ୍କର ସାରା ଜୀବନ ସାମାଜର ଦଳିତ ନିଷ୍ପେସିତ ଆଦିବାସୀ ତଥା ସମାଜର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ମର୍ଯ୍ୟଦା ପାଇଁ ଲଢେଇ କରିଥିଲେ । ବିଏସପି ବାବା ସାହେବଙ୍କ ଚିନ୍ତାଧାରା ଓ ତାଙ୍କ ସ୍ବପ୍ନ ପୂରଣ ପାଇଁ 1984 ମସିହାରେ ପ୍ରତିଷ୍ଠା କରାଯାଇଛି ବୋଲି କହିଛନ୍ତି ।

ବାବା ସାହେବ ଆମ୍ବଦକର 14 ଅପ୍ରେଲ 1891ରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ସମ୍ବିଧାନର ଜନକ ଭାବରେ ପ୍ରସିଦ୍ଧ । ସେଭାରତୀୟ ସମ୍ବିଧାନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ବାବା ସାହେବଙ୍କୁ 1990ରେ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ଭାରତ ରତ୍ନ ମରୋଣତ୍ତୋର ଭାବରେ ପ୍ରଦାନ କରାଯାଇଛି ।

ABOUT THE AUTHOR

...view details