ଓଡିଶା

odisha

ETV Bharat / bharat

ମୌସୁମୀ ଅଧିବେଶନର 72 ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ସାଂସଦଙ୍କୁ କରାଯିବ ଅନୁରୋଧ

ଅଧିବେଶନ ଆରମ୍ଭ ହେବାର 72 ଘଣ୍ଟା ପୂର୍ବରୁ ସାଂସଦମାନଙ୍କୁ କୋରୋନା ଟେଷ୍ଟ ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଲୋକସାଭା ବାଚସ୍ପତି ଓମ ବିର୍ଲା। ଏହା ସହିତ ସେ କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦରେ କୋଭିଡ -19 ଟେଷ୍ଟ ପାଇଁ ବ୍ୟବସ୍ଥା କରାଯିବ। ଅଧିକ ପଢନ୍ତୁ...

By

Published : Aug 28, 2020, 8:26 PM IST

ମୌସୁମୀ ଅଧିବେଶନର 72 ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ସାଂସଦଙ୍କୁ କରାଯିବ ଅନୁରୋଧ
ମୌସୁମୀ ଅଧିବେଶନର 72 ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ସାଂସଦଙ୍କୁ କରାଯିବ ଅନୁରୋଧ

ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଆରମ୍ଭ ହେବାର 72 ଘଣ୍ଟା ପୂର୍ବରୁ ସାଂସଦମାନଙ୍କୁ କୋରୋନା ଟେଷ୍ଟ ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଲୋକସାଭା ବାଚସ୍ପତି ଓମ ବିର୍ଲା। ଏହା ସହିତ ସେ କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦରେ କୋଭିଡ -19 ଟେଷ୍ଟ ପାଇଁ ବ୍ୟବସ୍ଥା କରାଯିବ।

ଓମ ବିର୍ଲା କହିଛନ୍ତି, କୋରୋନା ସମଗ୍ର ବିଶ୍ବରେ ଗଣତାନ୍ତ୍ରିକ ଅନୁଷ୍ଠାନର କାର୍ଯ୍ୟକାରିତା ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ। ଆମେ ଆଶା କରୁଛୁ ଯେ କୋଭିଡର ନିୟମାବଳୀ ଅନୁସରଣ କରି ସଦସ୍ୟମାନେ ମୌସୁମୀ ଅଧିବେଶନର ସୁଗମ ଆଚରଣରେ ସହଯୋଗ କରିବେ।

ସଂସଦର ଅଧିବେଶନ 14 ସେପ୍ଟେମ୍ବରରୁ ଆରମ୍ଭ ହୋଇ 1 ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ | ଏହି ସମୟ ମଧ୍ୟରେ ସଂସଦର ଉଭୟ ଗୃହର 18 ଟି ବୈଠକ ହେବାର ସମ୍ଭାବନା ରହିଛି। ଏହି ଦୁଇଟି ଗୃହ ଦୈନିକ ଦୁଇଟି ପୃଥକ ସିଫ୍ଟରେ ଅନୁଷ୍ଠିତ ହେବ, ଯାହାଫଳରେ କରୋନା ବିରୁଦ୍ଧରେ ପ୍ରୋଟୋକଲ୍ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଇପାରିବ |

ABOUT THE AUTHOR

...view details