ଭୋପାଳ: ରକ୍ଷକ ସାଜିଲା ଭକ୍ଷକ । ବିପଦ ବେଳେ ଯାହା ପାଖକୁ ମଣିଷ ସାହାଯ୍ୟ ଆଶାରେ ଧାଇଁଯାଏ ଯଦି ସିଏ ହିଁ ତାର ସର୍ବସ୍ବ ଲୁଟି ନେବ ତେବେ କାହାକୁ ବିଶ୍ବାସ କରିବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ । ପୋଲିସ ହାଜତ ଭିତରେ 10 ଦିନ ଧରି ମହିଳାଙ୍କୁ ଗଣଦୁଷ୍କର୍ମ କଲେ 5 ପୋଲିସକର୍ମୀ ।
ହାଜତରେ ମହିଳାଙ୍କୁ 10 ଦିନ ଗଣଦୁଷ୍କର୍ମ କଲେ 5 ପୋଲିସକର୍ମୀ - Woman alleges gangrape by police
ରକ୍ଷକ ସାଜିଲା ଭକ୍ଷକ । ହାଜତ ଭିତରେ 10 ଦିନ ଧରି ମହିଳାଙ୍କୁ ଗଣଦୁଷ୍କର୍ମ କଲେ ରେୱା ଜିଲ୍ଲାର 5 ପୋଲିସକର୍ମୀ । ଅଧିକ ପଢନ୍ତୁ...
ରିପୋର୍ଟ ଅନୁୟାୟୀ ହତ୍ୟା ମାମଲାରେ ଅଭିଯୁକ୍ତ ମହିଳା ଜଣଙ୍କ ଜେଲରେ ଥିଲେ । ଅକ୍ଟୋବର 10 ରେ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ଆଇନଜୀବୀ ଜେଲର ଯାଞ୍ଚ ପାଇଁ ଯାଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ମହିଳା ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ପୋଲିସ ବିରୋଧରେ ଅଭିଯୋଗ ଆଣିଥିଲେ, ଯାହା ପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ମହିଳାଙ୍କ ସୂଚନା ଅନୁଯାୟୀ, ମଇ 9 ରୁ ମେ 21 ମଧ୍ୟରେ ପୋଲିସ ଷ୍ଟେସନରେ ପାଞ୍ଚ ଜଣ ପୋଲିସ ତାଙ୍କୁ ଦୁଷ୍କର୍ମ କରିଥିଲେ । କିନ୍ତୁ ପୋଲିସ କହିଛି ଯେ, ମହିଳାଙ୍କୁ ମେ 21 ରେ ଗିରଫ କରାଯାଇଥିଲା । ତେବେ ଏନେଇ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।