ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ଭିତରେ ଘଡିକୁ ଘଡି ଘୋଡା ଛୁଟୁଛି । ମଙ୍ଗଳବାର ବାଚସ୍ପତି ଏନ.ପି ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ମଧ୍ୟପ୍ରଦେଶ ବିଧାନସଭାର ନିଖୋଜ 16 ଜଣ ବିଧାୟକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିବା ପାଇଁ ସେ କହିଛନ୍ତି ।
ରାଜ୍ୟପାଳଙ୍କୁ ଲେଖିଲେ ଚିଠି ବାଚସ୍ପତି: ନିଖୋଜ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ଦାବି ଭୋପାଳ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନପି ପ୍ରଜାପତି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଏକ ଚିଠି ଲେଖିଛନ୍ତି ନିଖୋଜ 16 ଜଣ ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିବାକୁ କହିଛନ୍ତି ।
ରାଜ୍ୟପାଳଙ୍କୁ ଲେଖିଲେ ଚିଠି ବାଚସ୍ପତି: ନିଖୋଜ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ଦାବି ବାଚସ୍ପତି ତାଙ୍କ ଚିଠି ମାଧ୍ୟମରେ ଲେଖିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ଅନ୍ୟ ଦଳର ସଦସ୍ୟଙ୍କ ଦ୍ବାରା ପ୍ରାପ୍ତ କରିଛନ୍ତି । ଇସ୍ତଫା ପତ୍ର ସେମାନଙ୍କ ପରିବାର ସଦସ୍ୟ କିମ୍ବା କୌଣସି ଅଧିକୃତ ବ୍ୟକ୍ତିଙ୍କ ଦ୍ବାରା ତାଙ୍କ ପାଖକୁ ପଠା ଯାଇନାହିଁ ବୋଲି କହିଛନ୍ତି ବାଚସ୍ପତି ।
ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ନିଖୋଜ ବିଧାୟକଙ୍କ ଆସୁଥିବା ବାର୍ତ୍ତା ସେମାନେ କୌଣସି ଚାପର ବଶବର୍ତ୍ତୀ ହୋଇ ଦେଉଥିବା ବାଚସ୍ପତି କହିଛନ୍ତି । ଏପରିସ୍ଥଳେ 16 ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ହେବା ଉଚିତ୍ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ବ୍ୟୁରୋ ଇନପୁଟ, ଇଟିଭି ଭାରତ