ଓଡିଶା

odisha

ETV Bharat / bharat

'ଲଭ ଜିହାଦ'ର ଅଭିଯୁକ୍ତଙ୍କ ହୋଇପାରେ ସମ୍ପତ୍ତି ବାଯ୍ୟାପ୍ତି - home minister narottam mishra

ମଧ୍ୟପ୍ରଦେଶରେ ଲଭ ଜିହାଦ ବିରୋଧରେ ଅଣାଯାଉଥିବା ଆଇନକୁ ଆହୁରି କଠୋର କରିବାକୁ ବିଚାର କରାଯାଉଛି ।

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସୂଚନା
ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସୂଚନା

By

Published : Dec 6, 2020, 9:17 PM IST

ଭୋପାଳ: 'ଲଭ ଜିହାଦ' ବିରୋଧରେ ହେବାକୁ ଥିବା ଆଇନ ଉପରେ ବଡ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ସରକାର ଅଭିଯୁକ୍ତଙ୍କ ସମ୍ପତି ବ୍ୟାଜାପ୍ତ କରିବା ପ୍ରାବଧାନ ଆଣିବାକୁ ବିଚାର କରାଯାଉଥିବା ସେ କହିଛନ୍ତି ।

ରବିବାର ଭୋପାଳ ଗସ୍ତରେ ଥିବା ସମୟରେ ଗୃହମନ୍ତ୍ରୀ ଗଣମାଧ୍ୟମଙ୍କ ସହ ଆଲୋଚନା କରୁଥିବା ସମୟରେ ସେ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଲଭ ଜିହାଦ ବିରୋଧରେ ଆଣାଯାଉଥିବା ଆଇନକୁ ଆହୁରି କଠୋର କରିବାକୁ ବିଚାର କରାଯାଉଛି । ଖୁବଶୀଘ୍ର ଲଭ ଜିହାଦ ଆଇନ କ୍ୟାବିନେଟରେ ଆଣାଯିବ । ଏହାପରେ 28 ଡିସେମ୍ବରରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଆଇନ ଅନ୍ୟ ପ୍ରଦେଶଙ୍କ ଠାରୁ ଭିନ୍ନ ହେବା ସହ କଠୋର ଆଉ ଭଲ ହେବ । 10 ବର୍ଷ ଦଣ୍ଡାଦେଶ ଆଇନ ଉପରେ ପୂର୍ବରୁ ହିଁ ଘୋଷଣା କରାଯାଇଥିଲା । ଏବେ ଏଥିରେ ଦୋଷୀଙ୍କ ସମ୍ପତି ବାର୍ଯ୍ୟାପ୍ତ କରିବା ସହ ପୀଡିତାଙ୍କୁ କ୍ଷତିପୂରଣ ଦେବା ଉପରେ ଆଲୋଚନା ଚାଲିଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶରେ ମଧ୍ୟ ଖୁବଶୀଘ୍ର ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି । ଏହି ଆଇନକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସମେତ ଗୃହ ଏବଂ ବିଧି ବିଭାଗର ଅଧିକାରୀଙ୍କ ସହ ବୈଠକ ମଧ୍ୟ ହୋଇ ସାରିଛି ।

ABOUT THE AUTHOR

...view details