ଗୁନା: ମଦ ଓ ମାଂସ ଭୋଜନ ମାଗି ଫସିଲେ ଗୁନାର ଏଡିଏମ । ଗୁରୁବାର ମଧ୍ୟପ୍ରଦେଶ ଗୁନାର ଅତିରିକ୍ତ ଜିଲ୍ଲାର ମାଜିଷ୍ଟ୍ରେଟ(ଏଡିଏମ) ଦିଲୀପ ମାଣ୍ଡାଭି ମଦ ଓ ମାଂସ ଭୋଜନ ମାଗିଥିବାରୁ ରାଜ୍ବସ ଅଧିକାରୀମାନେ ତାଙ୍କୁ ଟ୍ରାନ୍ସଫର କରିଦେଇଛନ୍ତି ।
ମଦ-ମାଂସ ମାଗି ଫସିଲେ ସରକାରୀ ବାବୁ - transfer
ମଧ୍ୟପ୍ରଦେଶ ଗୁନାର ଅତିରିକ୍ତ ଜିଲ୍ଲାର ମାଜିଷ୍ଟ୍ରେଟ(ଏଡିଏମ) ଦିଲୀପ ମାଣ୍ଡାଭି ମଦ ଓ ମାଂସ ଭୋଜନ ମାଗିଥିବାରୁ ଜିଲ୍ଲାପାଳ ତାଙ୍କୁ ଟ୍ରାନ୍ସଫର କରିଛନ୍ତି ।
ଫଟୋ ସୌଜନ୍ଯ: ଏଏନଆଇ
ସୂଚନା ଅନୁଯାୟୀ, ଗୁନାର ଏଡିଏମ ଦିଲୀପ ମାଣ୍ଡାଭି ସବୁବେଳେ ରାଜ୍ବସ ଅଧିକାରୀମାନଙ୍କୁ ତାଙ୍କ ପାଇଁ ଆମିଷ ଖାଦ୍ୟ ସହ ମୃଦ୍ୟୁ ପାନୀୟ ଆଣିବାକୁ ଆଦେଶ ଦେଇଥାନ୍ତି । ଯଦି ରାଜ୍ବସ ଅଧିକାରୀମାନ ତାଙ୍କ ଏହା ଯୋଗାଇ ନଥାନ୍ତି ତେବେ ସେମାନେ ଏଡିଏମଙ୍କ ଠାରୁ ଗାଳି ଶୁଣିଥାନ୍ତି ।
ତେଣୁ ଏହି ଘଟଣାକୁ ନେଇ ରାଜସ୍ବ ଅଧିକାରୀମାନେ ଗୁନାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଯାହାର ପଦକ୍ଷେପ ନେବାକୁ ଯାଇ ଏଡିଏମ ଦିଲୀପ ମାଣ୍ଡାଭିଙ୍କୁ ତାଙ୍କ ପଦବୀରୁ ସ୍ଥାନାନ୍ତରଣ କରାଯାଇ ଉତ୍ତରପ୍ରଦେଶ ସଚିବାଳାୟର ଉପ ସଚିବ ପଦବୀ ଦିଆଯାଇଛି ।