ଓଡିଶା

odisha

ETV Bharat / bharat

ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀଙ୍କ ପୁଅକୁ କୋରୋନା

ଦିନକୁ ଦିନ ବଢୁଛି ସଂକ୍ରମଣ ମାମଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀଙ୍କ ପୁଅ କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ....

MP Home Minister's son tests positive
ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀଙ୍କ ପୁଅ କୋରୋନା ସଂକ୍ରମିତ

By

Published : Sep 27, 2020, 8:52 AM IST

ଭୋପାଳ: ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତୋମ ମିଶ୍ରାଙ୍କ ପୁଅ କୋରୋନା ସଂକ୍ରମିତ । ତାଙ୍କ ପୁଅ ସୁକର୍ଣ୍ଣ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ଇନ୍ଦୋରରେ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧୁ ନାହାଁନ୍ତି ସେମାନଙ୍କ ଠାରୁ 500 ଟଙ୍କା ଜରିମାନା ଆଦାୟ ହେଉଛି । ହେଲେ ଖୋଦ ମନ୍ତ୍ରୀ ବିନା ମାସ୍କରେ ସେହି ଦିନ ଗୋଓ୍ବାଲିର ଓ ଚାମ୍ବଲାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ସେ ଏହି ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଭୋପାଳ ଶନିବାର ଦିନ 283 ନୂତନ କୋଭିଡ ମାମଲା ଚିହ୍ନଟ ହୋଇଛି । ମଧ୍ୟପ୍ରଦେଶରେ 1,17,000 ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ 2,152 ଜଣଙ୍କର ମୃତ୍ୟୁ ହୋଇଛି ।

@IANS

ABOUT THE AUTHOR

...view details