ଭୋପାଳ: ଥାନା ପାଲଟିଲା ବିବାହ ମଣ୍ଡପ । ପୋଲିସ କର୍ମୀ ପାଲଟିଲେ ସାକ୍ଷୀ । ଏଭଳି ଏକ ପରିସ୍ଥିତି ଦେଖା ଦେଇଥିଲା ମଙ୍ଗଳବାର ମଧ୍ୟପ୍ରଦେଶର କେଲୋରି ଥାନାରେ । ପ୍ରେମୀଯୁଗଳଙ୍କ ବିବାହ ପାଇଁ ପୋଲିସ ଏପରି ଆୟୋଜନ କରିଥିଲା ।
ଘରେ ବିରୋଧ, ଥାନାରେ ବିବାହ କଲେ ପ୍ରେମୀଯୁଗଳ - ଥାନାରେ ବିବାହ କଲେ ପ୍ରେମୀଯୁଗଳ
ଥାନା ପାଲଟିଲା ବିବାହ ମଣ୍ଡପ । ପୋଲିସ କର୍ମୀ ପାଲଟିଲେ ସାକ୍ଷୀ । ମଙ୍ଗଳବାର ପୋଲିସ କର୍ମୀ ଥାନା ପରିସରରେ ଏକ ପ୍ରେମୀଯୁଗଳଙ୍କ ବିବାହ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ପ୍ରେମୀ ଯୁଗଳ ଅରବିନ୍ଦ କୁମାର ଓ ରାଜକୁମାରୀ ପରସ୍ପରକୁ ଦୀର୍ଘ ଦିନ ଧରି ପ୍ରେମ କରିଆସୁଥିଲେ । ମାତ୍ର ତାଙ୍କ ପ୍ରେମକୁ ପରିବାର ସଦସ୍ୟ ଅନୁମତି ଦେଉନଥିଲେ । ତେବେ ଉଭୟ ପରସ୍ପରଙ୍କୁ ବିବାହ କରିବା ନେଇ ଏକ ପ୍ରକାର ସ୍ଥିର କରିନେଇଥିଲେ । ମାତ୍ର ସେମାନେଙ୍କ ଏହି ନିଷ୍ପତ୍ତିକୁ ଘର ଲୋକେ ବିରୋଧ କରିଆସୁଥିଲେ ।
ଫଳରେ ଉଭୟ ଅରବିନ୍ଦ ଓ ରାଜକୁମାରୀ ପୋଲିସର ସହାୟତା ନେଇଥିଲେ । ଆଜି କେଲୋରି ଥାନା ଅଧିକାରୀ କେକେ ଅବସ୍ତି ଘଟଣାର ଅନୁଧ୍ୟାନ କରିଥିଲେ । ଘଟଣାର ଅନୁଧ୍ୟାନ କରିବା ପରେ ସେମାନଙ୍କର ବିବାହ ପାଇଁ ଥାନା ପରିସରରେ ଥିବା ଏକ ମନ୍ଦିରରେ ଆୟୋଜନ କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ସେମାନେ ପରସ୍ପରକୁ ବିବାହ କରିଥିଲେ ।